ହେଡଲାଇନସ୍:

ପୁଣି ଦୁଇ ଛାତ୍ରୀଙ୍କୁ  ଜଣ୍ଡିସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ସହରର ଶୁଣ୍ଢିମୁଣ୍ଡା ସରକାରୀ ବାଳିକା ବିଦ୍ୟାଳୟ ରେ ଜଣ୍ଡିସ ରୋଗ ଆତଙ୍କ ଖେଳିଯାଇଛି l ସେହି ପରି ବୁଧବାର ପୁଣି ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଚିକିସ୍ଛା ପାଇଁ ରେଢ଼ାଖୋଲ ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି l ଅସୁସ୍ଥ  ଛାତ୍ରୀ ଦୁଇ ଜଣ ହେଲେ ପ୍ରୀୟଙ୍କା ମୁଣ୍ଡା (8) ଓ ରିଙ୍କି ବାଦୀ (14) ଏମାନଙ୍କ ମଧ୍ୟରୁ ଜଣଙ୍କ ଠାରେ ଜଣ୍ଡିସ ଚିହ୍ନଟ ହୋଇଥିବା  ଅନ୍ୟ ଛାତ୍ରୀ ଜଣକ ଜ୍ୱରରେ ପିଡ଼ିତ ହୋଇଛନ୍ତି l ସୂଚନା ଯୋଗ୍ୟ ଯେ ଗତ 16 ତାରିଖରେ ସ୍କୁଲ ର 10 ଜଣ ଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 17 ତାରିଖରେ 3 ଜଣ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇ ରେଢ଼ାଖୋଲ ଡ଼ାକ୍ତରଖାନା ରେ ଚିକିସ୍ଛିତ ହେବାପରେ ସ୍କୁଲ କୁ ଫେରିଛନ୍ତି l

 

0
0
0
s2sdefault