ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ପୋଢ଼ ର ଦାମ କୁ ନେଇ ସାମାନ୍ୟ ବଚସାରୁ ମାରପିଟ ଘଟି 3 ଆହତ ହୋଇଛନ୍ତି lଆହତ ମାନେ ହେଲେ କୁକୁଡ଼ାବାହାଳୀ ଗ୍ରାମ ର କୈବଲ୍ୟ ରାଉଳ,ତ୍ରିନାଥ ରାଉଳ, ଅଶୋକ ସାହୁ l ଘଟଣା ପରେ ଆକ୍ରମଣକାରୀ କାଳନ୍ଦୀ ପ୍ରଧାନ ଫେରାର ହୋଇଛନ୍ତି l ରେଢ଼ାଖୋଲ ଥାନା କୁକୁଡ଼ାବାହାଳୀ ଗ୍ରାମ ରେ ଏହି ଘଟଣା ଘଟିଛି l ଥାନା ଅଧିକାରି ପ୍ରଶାନ୍ତ ସାମଲ କହିଛନ୍ତି ଯେ କୁକୁଡ଼ାବାହାଳୀ ଗ୍ରାମ ରେ କାଳନ୍ଦୀ ପ୍ରଧାନ ସୋମବାର ଦିନ ଏକ ପୋଢ଼ କିଣି ଗାଁ କୁ ଆସୁଥିବାବେଳେ କାଙ୍କଣପଡ଼ା ତାରିଣୀ ଛକ ଠାରେ ସେହି ଗ୍ରାମ ର ତ୍ରିନାଥ ରାଉଳ ପୋଢ଼ ଟି କେତେ ଟଙ୍କା ଦେଇ କିଣିଛୁ ବୋଲି ପଚାରିଥିଲେ l କାଳନ୍ଦୀ 25 ହଜାର ଟଙ୍କା ବୋଲି କହିବାରୁ ତ୍ରିନାଥ ହାସ୍ୟ କରି ପୋଢ଼ ଦାମ ବେଶୀ ହେଇଗଲା କହିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ କାଳନ୍ଦୀ ତ୍ରିନାଥ କୁ ମାଡ଼ମାରିଥିଲେ l ଏହି ସମୟରେ ଗ୍ରାମର ଅଶୋକ ଓ କୈବଲ୍ୟ ଏକ ଲୁନାରେ କଦଳୀଗଡ଼ ବଜାର ସାରି ସେହି ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଉଭୟଙ୍କୁ ଝଗଡ଼ା ହେଉଥିବା ଦେଖି ଅଟକି ଥିଲେ l କାଳନ୍ଦୀ ସେମାନଙ୍କୁ ଗାଳି ଗୁଲଜ କରଥିଲେ l ପରେ କାଳନ୍ଦୀ ନୂଆଁପଡ଼ା ଛକ ଠାରେ କୈବଲ୍ୟ ଓ ଅଶୋକ ଙ୍କୁ ଫେରଥିବା ଦେଖି ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ l ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଛି l ରେଢ଼ାଖୋଲ ଡ଼ାକ୍ତରଖାନା ରେ ସେମାନେ ଚିକିସ୍ଛା ହେଉଛନ୍ତି l କୈବଲ୍ୟ ରେଢ଼ାଖୋଲ ଥାନା ରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ 204 ରେ ଦଫା 341,294,323,307,506 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି l
ଅଘଟଣ
ମାର ପିଟ ଘଟଣା ରେ 3 ଆହତ: ଆକ୍ରମଣକାରୀ ଫେରାର
- Hits: 619