ପତ୍ନୀହନ୍ତାକୁ ଆଜୀବନ ସଶ୍ରମ କାରାଦଣ୍ଡ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଅତିରିକ୍ତି ଜିଲ୍ଲା ଓ ଦୌରା ଜଜ୍-୧ ସମର ବିଳାଶ ବେହେରା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ  ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ଆଇପିସି ଧାରା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ଧାରା ୨୦୧ରେ ୩ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜୋରିମାନା ଓ ଏହା ଅନାଦେୟ ହେଲେ ଅଧିକ ୩ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି । ପୁଣି ପ୍ରମାଣ ଅଭାବରୁ ଶ୍ୱଶୁର ଓ ଶାଶୁଙ୍କୁ ସସମ୍ମାନେ ଦୋଷମୁକ୍ତ କରାଇଦେଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୦୮-୦୯ରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପଳାଶବନ୍ଧ ଗ୍ରାମର ବଂଶୀଧର ମହାନ୍ତଙ୍କ ପୁଅ ଜଗଦ୍ଧୀଶ ମହାନ୍ତ ବୈଶିଙ୍ଗା ଥାନା ବୈଦିକ ରୀତିନୀତି ଅନୁସାରେ ଡମରଡ଼ିହା ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଝିଅକୁ ବିବାହ କରିଥିଲେ । ଏହି ସମୟରେ ବେଦୀ ଉପରେ ବରପକ୍ଷର ଦାବି ମୁତାବକ ସମସ୍ତ ଜିନିଷପତ୍ର ସହିତ ଆସବାବପତ୍ର ଦିଆଯାଇଥିଲା । ବିବାହର ୬ ମାସ ପରେ ଅଧିକ ଯୌତୁକ ବାବିକରି ଜଗଦ୍ଧୀଶ ତାର ସ୍ତ୍ରୀ ରମଣୀ ମହାନ୍ତଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଶେଷରେ ୨୦୧୩ ସେପ୍ଟେମ୍ବର ୧୬ ବିଳମ୍ବିତ ରାତିରେ ସ୍ୱାମୀ ଜଗଦ୍ଧୀଶ ମହାନ୍ତ, ଶ୍ୱଶୁର ବଂଶୀଧର ମହାନ୍ତ ଓ ଶାଶୁ ସୁଲୋଚନା ମହାନ୍ତ ମିଶି ରମଣୀକୁ ଜୀବନରୁ ମାରି ଗାଁ ପୋଖରୀରେ ଫିଙ୍ଗି ଦେଇଥିଲେ । ରମଣୀ ଓ ଜଗଦ୍ଧୀଶଙ୍କ ବିବାହରେ ମଧ୍ୟସ୍ଥ ସାଜିଥିବା ଶ୍ୟାମ ସୁନ୍ଦର ମହାନ୍ତଙ୍କ ନିକଟରୁ ଖବର ପାଇ ରମେଶ ମହାନ୍ତ ପଳାଶବନ୍ଧ ଗ୍ରାମରେ ପହଁଞ୍ଚି ସମସ୍ତ ବିଷୟ ଅବଗତ ହେବାପରେ ରାସଗୋବିନ୍ଦପୁର ଥାନାରେ ୧୭.୦୯.୨୦୧୩ରେ ଜଗଦ୍ଧୀଶ ମହାନ୍ତ, ବଂଶୀଧର ମହାନ୍ତ ଓ ସୁଲୋଚନା ମହାନ୍ତ ମିଶି ତାଙ୍କ ଝିଅକୁ ମାରି ପୋଖରୀରେ ଫିଙ୍ଗ ଦେଇଥିବାର ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଥାନାରେ (କେଶ ନଂ-୯୬/୨୦୧୭) ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସମସ୍ତ ସାକ୍ଷୀମାନଙ୍କର ବୟାନ ଓ ପ୍ରମାଣପତ୍ରକୁ ଭିତ୍ତିକରି ଆଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା ।   

 

0
0
0
s2sdefault