ହେଡଲାଇନସ୍:

ଗଞ୍ଜେଇ ଚାଷ ଠାବ କରିପାରିଲେନି ମିଳିତ ସ୍କ୍ୱାଡ଼୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ସହ ଏଥିରେ ସଂପୃକ୍ତ ଅଭିଯୁକ୍ତ ଧରାପଡ଼ୁଛନ୍ତି l ବାଇକ,ଚାରିଚକିଆ,ବସ,ଟ୍ରେନ, କାରରେ ଯାଉଛି ଗଞ୍ଜେଇ l ଗଞ୍ଜେଇ ଚାଲାଣ ଏହି ଅଞ୍ଚଳରେ ବନ୍ଦ ହେଉନଥିବା ବେଳେ ଶନିବାର ସନ୍ଧ୍ୟା 4ରେ କିସିଣ୍ଡା ଥାନାଂଚଳର ପାଣିମୋରା ପଞ୍ଚାୟତକ ପୂର୍ବ ଏବଂ ଦକ୍ଷିଣ ପଟ ଜଙ୍ଗଲରେ ତନ ତନ କରି ଗଞ୍ଜେଇ ଚାଷ ସଂଧାନ କରାଯାଇଥିଲା l ହେଲେ କୌଣସି ସ୍ଥାନରେ ଏହାର ସଂଧାନ ମିଳି ନଥିଲା l ପୁଲିସ,ଅବକାରୀ ଏବଂ ବନ ବିଭାଗ ର ଅଧିକାରୀ ମାନେ ନିରାଶ ହୋଇ ଫେରିଛନ୍ତି l

0
0
0
s2sdefault