ହେଡଲାଇନସ୍:

ଚାକିରୀ ଫାର୍ମାସିଷ୍ଟ, କୋଟିଏ ଟଙ୍କାର କୋଠା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭିଜିଲାନ୍ସ ଯନ୍ତାରେ କୋଟିପତି ଫାର୍ମାସିଷ୍ଟ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାଲେଶ୍ୱର ଭିଜିଲାନ୍ସ ବସାଇଥିବା ଯନ୍ତାରେ ପୁଣି ଥରେ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକସ୍ଥିତ ରଙ୍ଗାମାଟିଆ ସରକାରୀ ସିଏଚସିର ଫାର୍ମାସିଷ୍ଟ ତଥାବାରିପଦା ପୌରପରିଷଦସ୍ଥିତ ତୁଳସୀଚଉରା ଗୋଶାଲା ଅଞ୍ଚଳର ସଂଜୀବ କୁମାର ପତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନଭେମ୍ବର ୧୬ ଶୁକ୍ରବାର ପ୍ରତ୍ୟୁଷାରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଫାର୍ମାସିଷ୍ଟ ସନ୍ଦୀପ କୁମାର ପତିଙ୍କ ବାସଭବନ ସହିତ ଭଡ଼ାରେ ଲଗାଇଥିବା ଏକ ତିନି ମହଲା କୋଠା ଓ ରଙ୍ଗାମାଟିଆ ହସପିଟାଲ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ  କରାଯାଇଥିଲା । ଏହି ସମୟରେ ତାଙ୍କର ତୁଳସୀଚଉରା(ଗୋଶାଳା) ବାସଭବନରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଭିଜିଲାନ୍ସ ହାତରେ ଲାଗିଥିଲା । ଏହା ମଧ୍ୟରେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କାର ଏକ ପ୍ଲଟ ଓ ପ୍ଲଟରେ ନିର୍ମିତ କୋଠାଘର ରହିଥିଲା । ବାଲେଶ୍ୱର ଏସପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶ  କ୍ରମେ ଏବଂ ବାଲେଶ୍ୱର ଭିଜିଲାନ୍ସ ଡ଼ିଏସପି  ଏସ. କେ. ସାମନ୍ତରାୟ, ଇନ୍ସପେକ୍ଟର ସବିତା ବେହେରା ପ୍ରମୁଖ ବାରିପଦା ଭିଜିଲାନ୍ସ ଡ଼ିଏସପି ଶରତ ମହାପାତ୍ର, ଇନ୍ସପେକ୍ଟର ପ୍ରଦୀପ ସାମଲ, କନେଷ୍ଟବଳ ତରୁଣ ପାଲବାବୁ ପ୍ରମୁଖଙ୍କ ସହାୟତାରେ  ଉକ୍ତ ଚଢ଼ାଉ କରାଯାଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ଆୟ ଓ ବ୍ୟୟର ହିସାବ ଜାରି ରହିଥିବା ସମୟରେ ଫାର୍ମାସିଷ୍ଟ ସନ୍ଦୀପ କୁମାର ପତିଙ୍କ କୋଠାଘରର ମୂଲ୍ୟ ୧, ୨୮, ୦୫, ୭୮୪.୫୦, ସନ୍ଦୀପଙ୍କ ନାମରେ ରହିଥିବା ଜମିର ମୂଲ୍ୟ ୧,୯୮,୦୦୦.୦୦, ନଗଦ କ୍ୟାସ  ୬୪,୩୦୫.୦୦, ବ୍ୟବହାର କରୁଥିବା ଯାନବାହାନର ମୂଲ୍ୟ ୪୫,୦୦୦.୦୦ ଓ ଘରର ଆସବାବପତ୍ରର ମୂଲ୍ୟ ୨,୩୮,୯୯୯.୦୦ ଏହିପରି ମୋଟ ୧ କୋଟି ୬୨ ଲକ୍ଷ ୪୪ହଜାର ୯୯୬ ରହିଥିବାର ଆକଳନ କରାଯାଇଥିବାର ଜଣାପଡ଼ିଥିଲା । 

0
0
0
s2sdefault