ଜଣାଶୁଣା କ୍ରୀଡା ସଂଗଠକ ସଞ୍ଜୟ ଖମାରୀଙ୍କ ଦେହାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପଶ୍ଚିମ ଓଡ଼ିଶାର ଜଣାଶୁଣା କ୍ରୀଡା ସଂଗଠକ ସଞ୍ଜୟ ଖମାରୀଙ୍କ ଦେହାନ୍ତ ହୋଇଯାଇଛି | ପ୍ରଖ୍ୟାତ ଖେଳ ପରିଚାଳକ ଶ୍ରୀ  ଖମାରୀ କାଲି ରାତି ୧୧ ରେ ଦୁର୍ଘଟଣାର ସମ୍ମୁଖିନ ହେଲେ । ତାଙ୍କୁ ସଂକଟାପନ୍ନ ଅବସ୍ଥା ରେ ବୁର୍ଲା ଡାକ୍ତରଖାନାକୁ ନେଇକି ଯାଉଥିବା ବେଳେ ରାସ୍ତାରେ ହିଁ ତାଙ୍କ ମୃତ୍ୟୁ ହୋଇ ଥିଲା । ପଶ୍ଚିମ ଓଡିଶାର ତଥା ଛତିଶଗଡର କୋଣ ଅନୁକୋଣରେ ସେ ଫୁଟବଲ ପରିଚାଳନା କରି ନିଜ ପାଇଁ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଏହି ମହତ କାର୍ଯ୍ୟ ପାଇଁ  ତାଙ୍କୁ ରାଜ୍ୟପାଳ ସମ୍ମାନିତ୍ କରିଥିଲେ । ତାଙ୍କ ଅକାଳ ବିୟୋଗରେ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀ ଶୋକର ଛାୟା ଖେଳିଯାଇଛି ।

0
0
0
s2sdefault