ହେଡଲାଇନସ୍:

ଡ୍ରାଇଭରଙ୍କ ଯଦି ଏତେ  ତେବେ ଆଉ କାହାର କେତେ ଥିବ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରାଦୀପ : ଚାକିରୀ ତହସିଲ ଅଫିସ ଡ୍ରାଇଭର ,ହେଲେ ତାଙ୍କର ଯୋଡ଼େ କାର(ଗୋଟେ ହୁଣ୍ଡଇ ଆଷ୍ଟ୍ର ଆଉ ଗୋଟେ ବଲେରୋ )  , ୩ ମଟର ସାଇକଲ, ତିନି ମହଲା ଘର ନଗଦ ଘରେ ଦେଢ଼ ଲକ୍ଷ ତାଙ୍କ ନଗଦ କ୍ୟାସ, ଏମିତି ମିଶାଇ ମୋଟ କୋଟିଏରୁ ଉର୍ଧ ସମ୍ପତି | ହେଲେ ଜଣେ ଡ୍ରାଇଭରଙ୍କ ଏତେ ସମ୍ପତ୍ତି ହେଲା ଲେମିତି | ଯଦି ଡ୍ରାଇଭର ଏତେ, ତେବେଅନ୍ୟ ଅଧିକାରୀ ବା କର୍ମଚାରୀ କେତେ ରୋଜଗାର କରୁନଥିବେ ? ଆଉ ଭିଜିଲାନ୍ସ ଚଢ଼ାଉ କଲା ବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା  !

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ  ଅଭିଯୋଗରେ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ଡ୍ରାଇଭରଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଛି । ଡ୍ରାଇଭର ଶଶାଙ୍କ କୁମାର ମଣ୍ଡଳଙ୍କ ଏକ କାଳିନ ଜୁଜଙ୍ଗ ସରକାରୀ କ୍ୱାଟର, ସିଜୁରେ ଥିବା ଶଳାଙ୍କ ଘର ଓ ପାରାଦୀପ ତାରିଣୀ ଗଡାରେ ଥିବା ବାସଭବନ ଉପରେ ମିଳିତ ଭାବେ ଚଢାଉ କରାଯାଇଥିଲା  । ଏପରିକି ବିଭିନ୍ନ ଶାଖାର ବ୍ୟାଙ୍କ ପାସବୁକ୍ ସମେତ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି । ତାରିଣୀଗଡା ଅଟାଳିକୁ ଭଡାରେ ଦିଆଯାଇଥିବା ବେଳେ ଏକାଧିକ ଦୋକାନ ଘର ମଧ୍ୟ ଖୋଲାଯାଇଛି ବୋଲି କୁହାଯାଉଛି । ଏହି ତହସିଲ ନାଁରେ ବିଭିନ୍ନ ପ୍ରକାର ଅଭିଯୋଗ ଶୁଣିବାକୁ ମିଳୁଥିଲା । ଆଉ ଏଇ ମଣ୍ଡଳ ବାବୁ ବିଭିନ୍ନ ଦୁର୍ନୀତିରେ ମଧ୍ୟସ୍ଥି ଥିଲେ ବୋଲି ଅଭିଯୋଗ ବି ହେଉଥିଲା |

0
0
0
s2sdefault