ହେଡଲାଇନସ୍:

ପାରାଦୀପ କ୍ରିକେଟ୍ କୋଚଙ୍କ ଅକାଳ ବିୟୋଗ : ବଣିକ ସଂଘ ତରଫରୁ ଶୋକ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Paradeep/Upendra Guru : ପାରାଦ୍ୱୀପ କ୍ରିକେଟ କୋଚ ଛବିନ୍ଦ୍ର ବାରିକ (୪୫) ଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଗତ ସୋମବାର ୪.୪୫ମିନିଟ୍ରେ ଅଠରବାଙ୍କୀ ସରକାରୀ ଚିକିତ୍ସାଳୟରେ ହୃଦ୍ଘାତରେ ଛବିନ୍ଦ୍ରଙ୍କ ମୃତୁ୍ୟ ଘଟିଥିଲା । ସୂଚନା ଥାଉକି  ତାଙ୍କର ସହନ ଶୀଳତା ଓ ଆଚାର ବ୍ୟବହାର ,ଜନାଦୃତ ହୋଇ ମାନସପଟରେ ଉଦ୍ଧଜ୍ଜିବୀତ ହୋଇ ରହିଛି । ସେ ଦୀର୍ଘ ୨୦ବର୍ଷ ଧରି ପାରାଦୀପ ଜିଲ୍ଲା କ୍ରିକେଟ ଟିମର କୋଚ ଥିବାସହ ଗତ ବର୍ଷ ହେବ ପାରାଦୀପ ବନ୍ଦର କ୍ରିକେଟ ଟିମର କଣ୍ଟ୍ରାକ୍ଚୁଆଲ କୋଚ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ଠାରୁ ପ୍ରଶିକ୍ଷଣ ପାଇ ଓଡିଶା କି୍ରକେଟ ଟିମ୍ରେ ମଧ୍ୟ କିଛି ଛାତ୍ର ସୁଯୋଗ ପାଇପାରିଛନ୍ତି । ପ୍ରକାଶ ଥାଉକି ପିତା ସ୍ୱର୍ଗତ ଗନ୍ଧର୍ବ ବାରିକ ଜଣେ ବନ୍ଦର ର୍କମଚାରୀ ଥିଲେ । ତାଙ୍କ ମୃତ୍ୟୁପରେ ଅନୁକମ୍ପା ସୁଳକ ଭାବେ ତାଙ୍କ ପତ୍ନୀ ତଥା ଛବିନ୍ଦ୍ରଙ୍କ ମାଁ ଙ୍କୁ ବନ୍ଦରରେ ନିଯୁକ୍ତି ମିଳିଥିଲା । କିନ୍ତୁ କିଛି ବର୍ଷ ତଳେ ମାଁଙ୍କ ମୃତ୍ୟୁପରେ ଘରର ସମସ୍ତ ଦାୟିତ୍ୱ ଛବିନ୍ଦ୍ରଙ୍କ ଉପରେ ପଡିଥିଲା । ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ବହୁ କଷ୍ଟରେ ଛବିନ୍ଦ୍ର ପରିବାର ପ୍ରତିପୋଷଣ କରୁଥିଲେ । ଏବେ ଘରେ ତାଙ୍କର ବିଧବା ପତ୍ନୀ, ୧୨ବର୍ଷର ପୁଅଙ୍କ ସମେତ ରୋଗଗ୍ରସ୍ତ ବଡଭାଇ ଓ ମାନସିକ ବିକୃତ ଛୋଟଭାଇ ଅଛି । ତେବେ ଗତ ସୋମବାର ଦିନ ଶବ ବ୍ୟବଛେଦ ପରେ ତାଙକ କର୍ମକ୍ଷେତ୍ର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଏକ ଶୋକ ସଭା ହୋଇଥିଲା । ଏଥିରେ ବନଦର ଟ୍ରାଫିକ୍ ମ୍ୟାନେଜର ସୁଶାନ୍ତ କୁମାର ମିଶ୍ର, ଗୋପବନ୍ଧୁ କି୍ରଡା ସଂସଦ କାର୍ଯ୍ୟକାରୀ ସଭାପତି ସୁଶୀଲ ଚନ୍ଦ୍ର ନାହାକ, ବନ୍ଦର ପୂର୍ବତନ ଡା. ତପନ ମହାନ୍ତି, ଭଲିବଲ କୋଚ ସଂଜୟ ଦାସ, କି୍ରଡା ସଂସଦର ସମସ୍ତ କର୍ମକର୍ତ୍ତା , ପାରାଦୀପ କି୍ରକେଟ କ୍ଲବର ବହୁ ସଦସ୍ୟ, କ୍ରିକେଟ ଛାତ୍ର ଓ ବହୁ ବୃଦ୍ଧିଜିବୀ ଉପସ୍ଥିତ ରହି ମୃତ ଛବିନ୍ଦ୍ରଙ୍କ ଶେଷ ଦର୍ଶନ କରିଥିଲେ । ଏହା ପରେ ସହର ପରିକ୍ରମା କରି ମୁନିସିପାଲଟି ଶବ ଦାହ ପଡିଆରେ ତାଙ୍କର ଶେଷ କୃତ୍ୟ ସମ୍ପାଦାନ ହୋଇଥିଲ । ସ୍ଥାନୀୟ ଅଞ୍ଚଳରେ କ୍ରିକେଟ ଖେଳର ଉତଥାନ ପାଇଁ ଛବିନ୍ଦ୍ରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଛବିନ୍ଦ୍ରଙ୍କ ଅନ୍ତେ ପରିବାରର ଭରଣପୋଷଣ ପାଇଁ ତାଙ୍କ ସହଧର୍ମୀଣୀଙ୍କୁ ବନ୍ଦରରେ ନିଯୁକ୍ତି ଦେବାପାଇଁ ବହୁ ବୃଦ୍ଧିଜିବୀ , କ୍ରିକେଟ ଓ ଖେଳପ୍ରେମୀ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।   ଏତଦ୍ ବ୍ୟତିତ ପାରାଦୀପରେ ଛବିଙ୍କ ପ୍ରତିଛବିକୁ ଉଜ୍ଜିବୀତ କରି ରଖିବାପାଇଁ ବିଭିନ୍ନ ଅନୁଷ୍ଠାନ  ତରଫରୁ ପ୍ରୟାସ ଜାରି ଥିଲାବେଳେ ପାରାଦୀପ ବଣିକ ସଂଘ ତରଫରୁ ଆଜି ସକାଳ ୮.୩୦ମିନିଟ୍ ସମୟରେ ସମସ୍ତ ବ୍ୟବସାୟୀ ବନ୍ଧୁମାନେ ଏକ ଶୋକସଭା କରି ସମସ୍ତ ଦୋକନ ବନ୍ଦ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ବଣିକ ସଂଘର ଯୁଗ୍ମ ସଂପାଦକ ଦେବବ୍ରତ ସାହୁଙ୍କ ତତ୍ୱାବଧାନରେ ହୋଇଥିଲା । 

0
0
0
s2sdefault