ହେଡଲାଇନସ୍:

ଅବକାରୀ ବିଭାଗର ଚଢାଉ ୪ଗିରଫ :   ୮୦ ଲିଟର ମଦ ସହିତ ୩୨୦୦ ଲିଟର ପୋଚ ନଷ୍ଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ( ଶ୍ରୀକାନ୍ତ କୁମାର ମିଶ୍ର ) : ନୟାଗଡ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଆଜି ଓଡଗାଁ ଥାନାର ୨ଟି ସ୍ଥାନରେ  ଚଢାଉ କରି ବେଆଇନଭାବେ ଦେଶୀମଦ ପ୍ରସ୍ତୁତ କରୁଥିବା ୮ଟି ମଦଭାଟି ଭାଙ୍ଗି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏବଂ ୩୨୦୦ଲିଟର ଦେଶୀମଦ ପୋଚକୁ ନଷ୍ଟ କରିଥିବା ବେଳେ ୮୦ଲିଟର ଦେଶୀମଦ, ଗୋଟିଏ ବାଇକ, ୨୧ଟି ରସହାଣ୍ଡି ଓ ୯ଟି ପ୍ଲାଷ୍ଟିକ ଜାର ଜବତ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ  ଇନିସ୍ପେକ୍ଟର ମୃତ୍ୟୁଞ୍ଜୟ ବେହେରା, ସବ୍ଇନସ୍ପେକ୍ଟର ବାଳକୃଷ୍ଣ ପରିଡା ଓ ବିକାଶ କୁମାର ଟପ୍ନୋଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଏହି ଥାନା ଅନ୍ତର୍ଗତ ଢୋଲମସ୍କା ଗ୍ରାମ ନିକଟରେ ଚାଲିଥିବା ୭ଟି ମଦଭାଟି ଭାଙ୍ଗି ୨୧ଟି ଆଲୁମିନିୟମ୍ ହାଣ୍ଡି ଜବତ କରିଥିଲେ । ଏବଂ ସେହି ଗ୍ରାମର ଯଦୁ ଯାନୀ ଓ ମଦନ ଯାନୀକୁ  ଗିରଫ କରିଥିଲେ । ପରେ ବାଣ୍ଠପୁର ପଂଚାୟତ  ଶାଳିଆଝରୀ ଠାରେ ଅନ୍ୟ ଏକ ଭାଟି ଉପରେ ଚଢାଉ କରି ଶାଳିଆଝରୀ ଗ୍ରାମର ପବିତ୍ର ପ୍ରଧାନ, ଦେବରାଜ ପ୍ରଧାନଙ୍କୁ ଗିର‘ କରିଥିଲେ । ଏନେଇ ଅବକାରୀ ବିଭାଗରେ ୨ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନି ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

0
0
0
s2sdefault