ହେଡଲାଇନସ୍:

ଗାଲୁଆ ବିଦ୍ୟୁତ ବିଭାଗ, ଅକାରଣରେ ଗଲା ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଦ୍ୟୁତ ତାର ସଂସ୍ପଶରେ ଆସି ଦନ୍ତା ହାତୀର ମୃତ୍ୟୁ

ବାରିପଦା/ଦିଲ୍ଲୀପ ମହାନ୍ତି -- ବିଦ୍ୟୁତ ବିଭାଗ ସର୍ବୋପରି ନେସ୍କୋର ଗାଲୁଆମୀ ପାଇଁ ଅକାରଣରେ ଆଉ ଏକ ଦୁର୍ମୁଲ୍ୟ ଜୀବନ ଯାଇଛି | ବିଦ୍ୟୁତ ବିଭାଗର ଦାୟିତ୍ବହୀନତା କାରଣରୁ ଝୁଲନ୍ତା  ବିଦ୍ୟୁତ ତାର ସଂସ୍ପଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଅଛି ।ବାରିପଦା ବନଖଣ୍ଡ ଅନର୍ଗତ ଦେଉଳି ରେଞ ଅଧିନସ୍ଥ ସୁନାପୋଷୀ ଜଙ୍ଗଳରେ ଆଜି ସନ୍ଧ୍ୟାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବାର ଖବର ମିଳିଅଛି । ହାତୀଟି ଜଙ୍ଗଲରେ ବୁଲୁଥିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଯାଇଥିଲା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଅଛି । ଘଟଣା ସ୍ଥଳରେ ବନ ବିଭାଗ ର ଏକ ଟିମ ପହଞ୍ଚିଛି । ସେଠାରେ ବିଦ୍ୟୁତ ତାର ମାତ୍ର ଦଶ ଫୁଟ ତଳେ ଯାଇଥିବାବେଳେ ଆଜି ସନ୍ଧ୍ୟାରେ ବନବିଭାଗ କର୍ମଚାରୀମାନେ ସେଠାରେ ହାତୀ ବୁଲୁଥିବାର ବିଦ୍ୟୁତବିଭାଗ କୁ ଜଣାଇଥିଲେ । ହେଲେ ଏଠି ପ୍ରତି ବିଦ୍ୟୁତ ବିଭାଗ କୈାଣସି ପଦେକ୍ଷପ ନେଇନଥିଲା । ଯାହା ଫଳରେ ଏପରି ଏକ ଘଟଣା ଘଟିଥିବାର ବନବିଭାଗ ସୁତ୍ରରୁ ଜଣାପଡିଅଛି ।

0
0
0
s2sdefault