ହେଡଲାଇନସ୍:

ମାନିତେ ପଡିବ, କେତେ କାଢ଼ୁଆ ବାରିପଦା ଅବକାରୀ ଅଧିକ୍ଷକ ବା !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଟକ ଵାଲା ଖବର ପାଇଁ ଚଢ଼ାଉ କରୁଛନ୍ତି, ମୟୁରଭଞ୍ଜ ଅଧୀକ୍ଷକଙ୍କ ଆଖିକୁ ଦିଶୁନି  

ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ଚଢ଼ାଉ : ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ ।

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଅବକାରୀ ଅଧିକ୍ଷକଙ୍କ ନିଶ ତଳେ ଦୀର୍ଘ ଦିନ ଧରି ଚୋରା ବିଦେଶୀ ମଦ ବ୍ୟବସାୟ ଚାଲିଆସୁଥିବା ସମୟରେ ନଭେମ୍ବର ୧୨ ସୋମବାର ଅପରାହ୍ନରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ନାମୀଦାମୀ ମଦ କମ୍ପାନୀର ବିପୁଳ ପରିମାଣ ଚୋରା ବିଦେଶୀ ମଦ ଜବତ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଅବକାରୀ ଅଧିକ୍ଷକ ରବୀନ୍ଦ୍ର ନାଥ ସାହୁଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ପ୍ରାୟ ଦେଢ଼ ଶହ ଫୁଟ ଦୂର ଓ ବାରିପଦା ପୌରପରିଷଦ ପାଶ୍ୱର୍ରେ ଥିବା ଜନଗହଳି ପୂର୍ଣ୍ଣ ବାରିପଦା ଘରୋଇ ବସଷ୍ଟାଣ୍ଡ ନିକଟରେ ଅବକାରୀ ବିଭାଗର ବଜର ଆଢ଼ୁଆଳରେ ଏକ ଚୋରା ବିଦେଶୀ ମଦ ଦୋକାନ ଖୋଲମଖୋଲା ଭାବେ ଚାଲିଆସୁଥିଲା । ଆଜି କଟକ ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ଡେ଼ପୁଟୀ ସୁପରିନଟେଣ୍ଡେଣ୍ଟ ଡ଼ଃ. ଶାନ୍ତନୁ କୁମାର ଦାସଙ୍କ ନେତୃତ୍ୱରେ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, ଅଫିସର କମଳ ଲୋଚନ ପାଇକରାୟ ଓ ଅନ୍ୟ କର୍ମଚାରୀମାନେ ଆସି ବାରିପଦା ସହରରେ ପହଁଞ୍ଚି ବାରିପଦା ସଦର ଇନ୍ସପେକ୍ଟର ଅଜୟ କୁମାର ବେହେରାଙ୍କୁ ସାଥୀରେ ନେଇ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏହି ସମୟରେ ବସଷ୍ଟାଣ୍ଡ ନିକଟରେ ଏକ ଦୋକାନରୁ ବିଭିନ୍ନ ବିଦେଶୀ ମଦ କମ୍ପାନୀର ୭୫୦ ଏମଏଲ ୧୧ଟି ବୋତଲ, ୧୮୦ ଏମଏଲ(ନିପ)ର ୬୫ ବୋତଲ ଓ ୫୦୦ ଏମଏଲର କେନ ବିୟର ୮ଟି ମୋଟ ୧୯.୯୫୦ ଲିଟର ବିଦେଶୀ ମଦ, ୪.୦୦୦ଲିଟର ବିୟର ଜବତ କରିବା ସହିତ ଦୋକାନର ସେଲସ ମ୍ୟାନ ବାରିପଦା ପୌରପରିଷଦର ୱାର୍ଡ   ନଂ -୧୯ ରଘୁନାଥପୁର ଅଞ୍ଚଳର ବାବୁ ନାୟକଙ୍କ ପୁଅ ରିଙ୍କୁ ନାୟକଙ୍କୁ ଗିରଫ କରିଛନ୍ତି । ସେହିପରି ମୁର୍ଗାବାଡ଼ି ଗୋଲେଇ ନିକଟରେ ଥିବା କାଠମାଣ୍ଡୁ ହୋଟେଲ ଉପରେ ଚଢ଼ାଉ କରାଯାଇ  ବିଭିନ୍ନ ବ୍ରାଣ୍ଡର ୪.୫୦୦ ଲିଟର ବିଦେଶୀ ମଦ ସହିତ ୧ ଏମଏଫଏଲ ବିୟର ଜବତ କରିବା ସହିତ ହୋଟେଲର ମାଲିକ ତଥା ୱାର୍ଡ  ନଂ ୨୧ର ଅଧିବାସୀ ଆଶିଷ କୁମାର ପ୍ରଧାନଙ୍କୁ ଗିରଫ କରିଥିବାର ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

0
0
0
s2sdefault