ହେଡଲାଇନସ୍:

 ଅଜଣା ଚରିତ୍ର , ହଠାତିଆ ବନ୍ଧୁତ୍ୱ ଆଉ ଵିଶ୍ଵାସଘାତ , ସାବଧାନ...କେବେ ବି ଠକି ଯାଇ ପାରନ୍ତି ଏମିତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୋଲିସର ସହସା ପଦକ୍ଷେପ ବଂଚାଇଲା ଶିଶୁଟିକୁ, ମା କୋଳକୁ ଫେରି ଆସିଲା କଅଁଳା ଶିଶୁ  

ବାରିପଦା/ଦିଲ୍ଲୀପ ମହାନ୍ତି  -ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅର୍ନ୍ତଗତ ପ୍ୟାରେଡ ପଡିଆ ଅଂଚଳରୁ ଗତ ରବିବାର ସନ୍ଧ୍ୟାରେ ଜଣେ ମହିଳା ଅଭିନବ ଉପାୟରେ ସେକ ରାହାଜିରଙ୍କର ୨ବର୍ଷର ପୁଅ ଏମଡି ରେହେବରଙ୍କୁ ଅପହରଣ କରିନେବା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏନେଇ ପରିବାର ପକ୍ଷରୁ ବାରିପଦା ଟାଉନଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଥାନାରେ୨୭୧/୧୮ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଅଭିଯୋଗ ହେବାର ୨୪ଘଣ୍ଟା ମଧ୍ୟରେ ବାରିପଦା ଟାଉନ ପୁଲିସ ବିଶୋଇ ଥାନା ଅର୍ନ୍ତଗତ ବଡ଼ମଣଦା ଜଙ୍ଗଲ ମଧ୍ୟରୁ ଅପହରଣକାରୀ ମହିଳାଙ୍କୁ ଗିରଫ କରିବା ସହ ଶିଶୁ ପୁତ୍ରକୁ ଉଦ୍ଧାର କରିବାର ସଫଳ ହୋଇଛନ୍ତି ଏବଂ ଉଦ୍ଧାର ହୋଇଥିବା ଶିଶୁ ପୁତ୍ରଙ୍କୁ ପୁଲିସ ତାଙ୍କ ବାପା ଓ ମା’ଙ୍କୁ ହସ୍ତାନ୍ତର କରିଛି । ତେବେ ଅପହରଣକାରୀ ମହିଳା ଜଣଙ୍କ ଉକ୍ତ ଶିଶୁ ପୁତ୍ରକୁ ବିକ୍ରୀ କରିବା ଉଦ୍ଦେଶ୍ୟରେ  ଅପହରଣ କରିଥିବା ପୁଲିସ ନିକଟରେ ସ୍ୱୀକାର କରିବା ପରେ ପିଲା ଚୋର ରାକେଟ ମୟୂରଭଞ୍ଜ ଜିଲ୍ଲାରେ ଚାଲୁଛି ବୋଲି ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ପୁଲିସର ପ୍ରାଥମିକ ତଦନ୍ତ ପରେ ଅପହରଣକାରୀ ମହିଳା ଜଣଙ୍କ ରାଇରଙ୍ଗପୁର ଥାନା ଅଧୀନ କୁଚେଇବୁଡି ଅଂଚଳର ପ୍ରତିଭା ମହାନ୍ତ ବୋଲି ବାରିପଦା ସଦର ଏସଡିପିଓ ଅଭିମନ୍ୟୁ ନାୟକ ଗଣମାଧ୍ୟମକୁ ସୂଚନା ଦେବା ସହିତ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ।

ସୂଚନା ଅନୁସାରେ, ବାରିପଦା ଟାଉନ ଥାନା ଅର୍ନ୍ତଗତ ପ୍ୟାରେଡ ପଡିଆ ଅଂଚଳର ସେକ ରାହାଜିରଙ୍କର ୨ବର୍ଷର ପୁଅ ଏମଡି ରେହେବରଙ୍କ ମା’ ଗତ ଶନିବାର ପିଲାକୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ କୃମି ଔଷଧ ଦେବା ପାଇଁ ନେଇଥିଲେ । ସେହି ସମୟରେ ତାଙ୍କର ମେଡିକାଲରେ ଜଣେ ମହିଳାଙ୍କ ସହ ଭେଟ ହୋଇଥିଲା । ଉକ୍ତ ମହିଳା ଜଣଙ୍କ ତାଙ୍କ ପରିଚୟ ଅଞ୍ଜନା ମହାନ୍ତ ଏବଂ ଘର ବୈଶିଙ୍ଗା ବୋଲି କହିବା ସହ ମେଡିକାଲର ଜଣେ କର୍ମଚାରୀ ବୋଲି ପରିଚୟ ପ୍ରଦାନ କରିଥିଲେ । ଏହା ସହିତ  ସେ ଉକ୍ତ ଶିଶୁ ପୁତ୍ରକୁ କୃମି ଔଷଧ ପ୍ରଦାନ କରିବାରେ ସହଯୋଗ ମଧ୍ୟ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ତେବେ ରବିବାର ସନ୍ଧ୍ୟାରେ ମହିଳାଙ୍କର ଅସଲ ଉଦ୍ଦେଶ୍ୟ  ପ୍ରକାଶିତ ହୋଇଥିଲା । ସେ ଉକ୍ତ ଶିଶୁ ପୁତ୍ରକୁ ବୁଲେଇବା ବାହାନରେ ଘର ବାହାରକୁ ନେଇ ଆଉ ଘରକୁ ଫେରିନଥିଲେ । ତେବେ ଉକ୍ତ ମହିଳା ଜଣଙ୍କ ଶିଶୁପୁତ୍ରଙ୍କୁ କୁଆଡେ ଅପହରଣ କରିନେଇଥିବା ସେକ ରାହାଜିର ବାରିପଦା ଟାଉନ ଥାନାରେ ରବିବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ । 

0
0
0
s2sdefault