ହେଡଲାଇନସ୍:

ଲକ୍ଷାଧିକ ଟଙ୍କା ମୂଲ୍ୟର ଦେଶୀ ଓ ବିଦେଶୀ ମଦ ଜବତ: ୪ମହିଳାଙ୍କ ସମେତ ୬ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ସୋମବାର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ବିଦେଶୀ ଓ ଦେଶୀ ମଦ ଜବତ କରିବା ସହ ଦେଶୀ ମଦ ତିଆରି ହେବା ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ଏବଂ ବହୁ ପରିମାଣରେ ପୋଚକୁ ମଧ୍ୟ ନଷ୍ଟ କରାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଜଣ ମହିଳାଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ମହିଳା ଏବଂ ପୁରଷମାନେ ହେଲେ, ଲକ୍ଷ୍ମୀପୋଷୀ ଫାଣ୍ଡି ଅର୍ନ୍ତଗତ ଶିକାରଘାଟୀ ଅଂଚଳର ଲକ୍ଷ୍ମୀ ସୋରେନ (୫୫), ଅସନଶୀଳା ଅଂଚଳର ମାମା ହାସଁଦା(୨୩), ବରି ହେମ୍ବ୍ରମ (୩୦), କୁମା ହେମ୍ବ୍ରମ(୬୨), ଢେ଼ଙ୍କିନିଞ୍ଜିଆ ଅଂଚଳର ସୋମବାରୀ ବାସ୍କେ (୪୦), ବଡସାହି ଥାନା ଦେଉଳିଆ ଅଂଚଳର ଅକ୍ଷୟ କୁମାର ମହାପାତ୍ର (୩୮) । ସୂଚନା ଅନୁସାରେ, କଟକ ଅବକାରୀ ବିଭାଗର ପ୍ଲାଇଂ ସ୍କ୍ୱାର୍ଡ ଏବଂ ବାରିପଦା ଅବକାରୀ ବିଭାଗ ପକ୍ଷରୁ ବାରିପଦା ସଦର ବ୍ଲକ ଅର୍ନ୍ତଗତ ଶିକାରଘାଟୀ,ଅସନଶୀଳା,ଢେ଼ଙ୍କିନିଞ୍ଜିଆ,ମିଡନାଇଟ ଢ଼ାବା ଆଦି ସ୍ଥାନ ଉପରେ ଆଜି ଚଢ଼ାଉ କରାଯାଇଥିଲା । ଏହି ସମୟରେ ଅବକାରୀ ବିଭାଗ ପକ୍ଷରୁ ୩ହଜାର ୫ଶହ କେଜି ପୋଚ, ୧୫୦ଲିଟିର ଦେଶୀ ମଦ, ୮ଲିଟର ବିଦେଶୀ ମଦକୁ ଜବତ କରିଛି । ଏହି ଚଢ଼ାଉରେ କଟକ ଫ୍ଲାଇଂ ସ୍କ୍ୱାର୍ଡରେ ଉପନିରୀକ୍ଷକ ଡ.ଶାନ୍ତନୁ ଦାସ, ଇନସପେକ୍ଟର ଶରତଚନ୍ଦ୍ର ଭଞ୍ଜ, ଏସଆଇ କମଳ ଲୋଚନ ପାଇକରାୟ, ବାରିପଦା ସଦର ଏସଆଇ ସଞ୍ଜିତ ବାର୍ଲା, କୁଳିଅଣା ଅବକାରୀ ଏସଆଇ କାଳନ୍ଦୀଚରଣ ବେହେରା, ଏସଆଇ ମୋବାଇଲ ଡମ୍ବରୁଧର ହରିଜନ, କଟକ ସ୍କ୍ୱାର୍ଡର ଏସଆଇ ଭାସ୍କର ସ୍ୱାଇଁ, କନେଷ୍ଟବଳ ବ୍ରଜକିଶୋର ବିନ୍ଧାଣୀ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault