ହେଡଲାଇନସ୍:

ପାଠଚକ୍ର ଯାତ୍ରା ହେଲା ଶେଷ ଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଘାଟିରୁ  ବସ ଖସି  ୩ ମୃତ, ୧୯ ଆହତ

  ନବରଙ୍ଗପୁର(Special Correspondent )  ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଝରୀଗାଁ- ଚନ୍ଦାହାଣ୍ଡି ଘାଟିଠାରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସ୍କୁଲ ବସଟି ରବିବାର ସକାଳ ସାଢେ ୯ଟା ବେଳେ   ନିୟନ୍ତ୍ରଣ ହରାଇଘଟି ତଳକୁ  ଖସି ପଡିବା ଫଳରେ ଅରବିନ୍ଦ ଆଶ୍ରମର ଜିଲ୍ଲା ସଂଯୋଜକ ଲଳିତମୋହନ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ଅନ୍ୟ ଦୁଇ କର୍ମକର୍ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ  ଘଟିଛି  । ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ସେମାନଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି  ।

ସୂଚନା ଅନୁଯାୟୀ, ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୬ ଜଣ ଛାତ୍ର ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ୍ ୩୫ ଜଣ ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ଜିଲ୍ଲାସ୍ତରିୟ ପାଠଚକ୍ରରେ ଯୋଗ ଦେବାକୁ ସ୍କୁଲ୍ ବସ୍ ଯୋଗେ ଯାଉଥିବା ବେଳେ ପୂର୍ବାହ୍ନ ପ୍ରାୟ ସାଢେ଼ ୯ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ବସ୍ ଟି ଭାରସାମ୍ୟ ହରାଇ ପ୍ରାୟ ୩୦ ଫୁଟ୍ ତଳକୁ ଖସି ପଡିଥିଲା  । ଫଳରେ ବିଶିଷ୍ଟ ସାହିତି୍ୟକ ତଥା ଅରବିନ୍ଦ ଆଶ୍ରମର ଜିଲ୍ଲା ସଂଯୋଜକ ଶ୍ରୀ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ କର୍ମଚାରୀ ରାଇଘରର ନିରଞ୍ଜନ ନାୟକ ଏବଂ ଉମରକୋଟର ରିନା ନାୟକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ  । ଖବର ପାଇ ଝରିଗାଁରୁ ପୋଲିସ, ଅଗ୍ନିଶମବାହିନୀ ସେଠାରେ ପହଂଚି ମୃତକଙ୍କ ଶବ ଉଦ୍ଧାର କରିଥିଲେ  । ଆହତ ୧୯ ଜଣଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ  । ତନ୍ମଧ୍ୟରୁ ୧୭ ଜଣଙ୍କୁ ପରବର୍ତୀ ସମୟରେ ଅଧିକ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା  । ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ୩ ଜଣଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି  । ଉପଜିଲ୍ଲାପାଳ କରୁଣାକର ରାଇକା, ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ, ଉମରକୋଟ ବିଧାୟକ ସୁବାଷ ଗଣ୍ଡ, ଝରିଗାଁ ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆ, ତହସିଲଦାର କ୍ଷମାନିଧି ଭୋଇ, ଝରିଗାଁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଚନ୍ଦାହାଣ୍ଡି ବିଡ଼ିଓ ପ୍ରଫୁଲ୍ଲ କହଁର ପ୍ରମୁଖ ପହଂଚି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମେଡିକାଲକୁ ଯାଇ ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି  । ମୃତକଙ୍କ ପରିବାରକୁ ୧୦ ହଜାର ଲେଖାଏଁ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି  । 

0
0
0
s2sdefault