ହେଡଲାଇନସ୍:

କି ନୃଶଂସ ଏଇ ସ୍ୱାମୀ, ଏଇଆ କଣ ମରଦ ପଣିଆ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦା ଟାଉନଥାନା ଅନ୍ତର୍ଗତ ଶୁନଗଡିଆ ଅଂଚଳରେ ବୁଧବାର  ବିଳମ୍ବିତ ରାତ୍ରିରେ ଏକ ବିଭର୍ସ ହତ୍ୟାକାଣ୍ଡ ଘଟିଅଛି । ସ୍ୱାମୀ ପଥରରେ ଛେଚି ହତ୍ୟାକରିଛି  ସ୍ତ୍ରୀ କୁ । ମୃତ ମହିଳା ଜଣକ ହେଲେ ସଂଗୀତା ବୈଠା(୩୭) । ଘରୋଇ କଳିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଅଛି । ଏହି ବାବଦରେ ଥାନାରେ ମୃତକର ସାନ ଭଉଣୀ ଙ୍କ ଅଭିଯୋଗକ୍ରମେ କେସ ନମ୍ବର ୨୬୪/୧୮ ରେ ଏକ ମାମଲା ରୁଜୁ କରାଯିବା ହତ୍ୟା ଅଭିଯୋଗରେ ସ୍ୱାମୀ  ସ୍ୱାମୀ ଶକ୍ତିପଦ ବୈଠାକୁ ଗିରଫ କରିଅଛି । ପୋଲିସ ଶବକୁ ଜବତକରି ବ୍ୟବଛେଦ ନିମନ୍ତେ ପଠାଇ ଅଧିକ  ତଦନ୍ତ ଜାରି ରଖିଅଛି  । ଶବ ବ୍ୟବଛେଦପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସଦର ଏସଡିପିଓ ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି ।

0
0
0
s2sdefault