ହେଡଲାଇନସ୍:

ଅଜଗରକୁ ପିଟିପିଟି ମାରିଦେଲେ,ବନବିଭାଗ ଦ୍ୱାରା ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) - ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ କୁଳିଅଣା ଫରେଷ୍ଟ ସେକସନର ବଣ ଗାଁ  ଠାରେ ଏକ ବିଶାଳକାୟ ଅଜଗର ସାପକୁ କିଛି ଲୋକ ପିଟି ପିଟି ମାରିଦେଇଛନ୍ତି । ଗତକାଲି ଅପରାହ୍ନରେ ଅଜଗର ସାପଟି ଏକ ବୁଦାମୂଳେ ଲୁଚିଥିବା ବେଳେ କିଛି ଲୋକ ଏହାକୁ ଦେଖିପାରି ହଠାତ୍ ଏକ ଠେଙ୍ଗାରେ ପିଟିପିଟି ମାରିଦେଇଥିଲେ । ପରେ ପରେ ଏହି ଘଟଣା ପ୍ରଘଟିତ ହେବା ସହ ଏହାର ଏକ ଭିଡିଓ ଭାଇରାଲ ହେବାପରେ ବନବିଭାଗ ତରଫରୁ ଦେଉଳି ରେଞର ରବିନାରାୟଣ ମହାନ୍ତି ଙ୍କ ସମେତ ଏକ ଟିମ ଉକ୍ତ ଗ୍ରାମରେ ତୁରନ୍ତ ଚଢାଉ କରି ଜଣକୁ ଗିରଫ କରିଥିଲେ । ଗିରଫ ଜଣକ ହେଲା ଅନ୍ୟ ଏକ ନିକଟସ୍ଥ ଅନ୍ୟ ଏକ ଗ୍ରାମର ରାମ ସିଂ । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ରେଞର ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

0
0
0
s2sdefault