ହେଡଲାଇନସ୍:

ଜୀବନ ହାରିଲେ ପ୍ରେମୀ ଯୁଗଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା  : ଧରମବନ୍ଧା ଥାନା ଅନ୍ତର୍ଗତ ପାଓ୍ଵାତଲା ଗାଁ ବାହାର ଧାନକ୍ଷେତ ପାର୍ଶ୍ୱରେ  ଥିବା ଏକ ମହୁଲଗଛରେ ଶନିବାର-ରବିବାର ରାତିରେ ଦଉଡ଼ି ଦୁଇ ଜଣ ପ୍ରେମିକ ପ୍ରେମିକା ଆତ୍ମହତ୍ୟା କରିଛନ୍ତି। ପ୍ରେମିକ (୨୧ )ବର୍ଷିୟ ଶିବ ମାଝୀ ଓ ପ୍ରେମିକା (୧୮ )ବର୍ଷିୟ ରଶିଦା ମାଝୀଙ୍କ ଘର ପାଓ୍ଵାତଲା ଗାଁ’ରେ । ଭନତ ମାଝୀଙ୍କ ପୁଅ ଶିବ ଓ ଅମର ସିଂହ ମାଝିଙ୍କ ଝିଅ ରଶିଦାଙ୍କ ମଧ୍ୟରେ ମଧୁର ସମ୍ପର୍କ ଥିଲା। ସକାଳେ ସ୍ଥାନୀୟ ଲୋକେ ସେମାନଙ୍କ କ୍ଷେତକୁ ଆସିବା ବେଳେ ଉଭୟଙ୍କ ଶବ ମହୁଲଗଛରେ ଝୁଲୁଥିବା ଦେଖି ଗାଁ’ରେ ଖବର ଦେଇଥିଲେ। କେଉଁ କାରଣରୁ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଉଭୟଙ୍କ ଅଭିଭାବକଙ୍କୁ ଘଟନାସ୍ଥଳକୁ ଡକାଇ ଧରମବନ୍ଧା ପୁଲିସ ତଦନ୍ତ ଆରମ୍ଭ କରିଛି।

0
0
0
s2sdefault