ହେଡଲାଇନସ୍:

କୁକୁଡ଼ାବାହାଳୀ ପଞ୍ଚାୟତରେ ମଦ ଆନ୍ଦୋଳନ ତେଜିଲା : କାଙ୍କଣପଡ଼ାର ମହିଳା ଏସଏଚଜି  ଗୃୁପ ତାତିଲେ, ୨୫୪  ଟି ମଦ ପାଉଚ୍ ସମେତ ବିହାରୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ:  ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ସଂପୃକ୍ତ ମଦ କାରବାର ବୃଦ୍ଧି ପାଇଛି | ବେଆଇନ ମଦକୁ ନିୟନ୍ତ୍ରଣ ପାଇଁ  ବିଭନ୍ନ ସଂଗଠନ ପକ୍ଷରୁ ଦାବୀ ହେଇ ଆସୁଥିଲେ ହେଁ ଏହି କ୍ରମରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କାଙ୍କଣପଡ଼ା ଗ୍ରାମର 6 ଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନେ ଆଜି ଏକତ୍ରିତ ହୋଇ ବେଆଇନ ମଦ କାରବାର ପାଇଁ ଅଣ୍ଟାଭିଡ଼ିଥିଲେ |  ବେଆଇନ ମଦ କାରବାରଉପରେ ଅଙ୍କୁଶ ଲଗାଇବା ପାଇଁ ଗୁରୁତ୍ୱ ଦେଇ ଥାନା ଅଧିକାରି ଙ୍କୁ ଅଭିଯୋଗ କରିବାରୁ ଥାନା ଅଧିକାରୀ କାଙ୍କଣପଡ଼ା ଗ୍ରାମକୁ ଯାଇ ଚଢ଼ାଉ କରିଥିଲା | ସେଠାରେ ଜଣକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ପଣ୍ଡକିମାଳ ମଦ ଭାଟିର ପ୍ରମୋଦ ରାୟ(ବାବୁ)(25) | ତାଙ୍କୁ ଗିରଫ କରି ଗୋଟିଏ ବାଇକ ମଧ୍ୟ ଜବତ କରିଛି l ଉକ୍ତ ବାଇକ ର ନଂ OD 15 C 1329 କୁ ଜବତ କରିଛି  l ଅଭିଯୁକ୍ତଙ୍କୁ ସୋମବାର ଦିନ  କୋର୍ଟ ଚାଲାଣ କରିବା ପାଇଁ ଗ୍ରାମର ମହିଳା ମାନଙ୍କୁ ପୋଲିସ ପ୍ରତିଶୃତି ଦେଇଛନ୍ତି l ଇତି ପୂର୍ବ ରୁ ଜଣା ଯାଏକି ପ୍ରମୋଦ ରାୟ ଗ୍ରାମ ଗ୍ରାମ ବୁଲି କୁଚିଆ ଭାଟିରେ ମଦ ପାଉଚ ବେଆଇନ ଭାବରେ ଯୋଗାଇ ଆସୁଛନ୍ତି |

0
0
0
s2sdefault