ହେଡଲାଇନସ୍:

. ସାତ ଜନମକୁ ସାଥି ହେବାର କଥା ଦେଇଥିବା ସ୍ୱାମୀ ସାଜିଲା ଚାଣ୍ଡାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ/କୁଚିଣ୍ଡା :ହାତ ଧରି ସାଥି କରି ଆଣିଥିଲା | ସାତ ଜନ୍ମକୁ ସାଥି ହେବ ବୋଲି କଥା ଦେଇ ଗୋଟିଏ ଜନମ ବି ସାଥ ଦେଲାନି | ଶେଷରେ ସାଜିଲା ଚଣ୍ଡାଳ | ଅତି ଜଘନ୍ୟ ଭାବେ ହତ୍ୟା କଲା ନିଜ ପତ୍ନୀକୁ..., ଆଉ ପୁଣି ତାହା ତନ୍ତ୍ର ସାଧନା ପାଇଁ !!!! ଛି..ଏଭଳି ଲୋକଙ୍କୁ କେମିତି ବା ମଣିଷ ବୋଲି କହିବା, ଯିଏ ପଶୁ ଠୁ ବି ହୀନ, ଘାତକ ଠୁ ବି ଅତ୍ୟନ୍ତ ବର୍ବର |

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଂଚଳରେ ଏମିତି ଏକ ଘଟଣା ଲୋକ ଲୋଚନକୁ ଆସିଛି ଯାହାକି ଚାଞ୍ଚଲ୍ୟ ଖେଳାଇ ଦେଇଛି ଆଖପାଖ ଅଂଚଳରେ | ହିତସରା ଗ୍ରାମର ଦାଶରଥିମୁଣ୍ଡା ସାହିରେ ଘଟିଛି ଏହି ଅଭାବନୀୟ ଘଟଣା | ନିଜ ସ୍ତ୍ରୀକୁ ବଳି ଦେବା ଅଭିଯୋଗରେ ସ୍ୱାମୀକୁ ପୁଲିସ୍ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟାଙ୍ଗିଆ ସମେତ ମୃତ ସ୍ତ୍ରୀର ଗଳିତ ଶବକୁ ଜବତ କରିଛି ।

ଅଭିଯୁକ୍ତ ସ୍ୱାମୀ ଚଗଲା ସେଠି (୪୦) ଓ ତା ପତ୍ନୀ ସୁଲୋଚନା (୩୭)ଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ଝାଂଟି ଲାଗି ଲାଗିରହୁଥିଲା | ସୁଲୋଚନାକୁ ସବୁବେଳେ ଚଗଲା ର୍ନିଯ୍ୟାତନା ଦେଉଥିଲା | ଚଗଲା ବିଭିନ୍ନ ସମୟରେ ତନ୍ତ୍ରମନ୍ତ୍ରଦ୍ୱାରା ହଇରାଣ କରୁଥିଲା | ରବିବାର ଓ ମଙ୍ଗଳବାର ଦିନ ନିଜ ଘର ବାଡିପଟ ଏକ ଗଛ ମୂଳରେ ପିଢକରି ଫୁଲ, ସିନ୍ଦୁର, ଧୂପ ନେଇ ତନ୍ତ୍ର ସାଧନା କରୁଥିଲା ବୋଲି ଗ୍ରାମବାସୀ ଏବଂ ମୃତ ସୁଲୋଚନାର ୧୪ ବର୍ଷର ଝିଅ ସଂଯୁକ୍ତା ଏବଂ ୧୧ ବର୍ଷର ପୁଅ ବୈକୁଣ୍ଠ ପ୍ରକାଶ କରିଛନ୍ତି |

ଅଧିକ ତନ୍ତ୍ରବିଦ୍ୟା ପାଇଁ ଅକ୍ଟୋବର ୩୦ ରାତି ସୁଲୋ·କୁ ବଳି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଯୋଜନା ଅନୁସାରେ ଘରେ ସମସ୍ତେ ଶୋଇସାରିଲା ପରେ ରାତି ପ୍ରାୟ ୧୧ଟାରେ ସୁଲୋଚନାକୁ ଟାଙ୍ଗିଆରେ ହତ୍ୟା କରିଥିଲାା | ତାପରେ ସୁଲୋଚନାର ମୃତଦେହ ବୋହିନେଇ ଘର ଠାରୁ ପ୍ରାୟ ୧ କିମି ଦୂର ବେଗୁନାନାଳୀସ୍ଥିତ ଏକ ଆମ୍ବଗଛ ତଳେ ପକାଇଦେଇ ଚାଲି ଯାଇଥିଲା | ତାପରେ ସୁଲୋଚନାର ଏକ ହାତକୁ କାଟି ରକ୍ତ ଆଣି ଘର ବାଡିପଛରେ ତନ୍ତ୍ରସାଧନା ପାଇଁ ପୂଜାପାଠ କରୁଥିବା ପିଢଠାରେ ପୂଜା କରିଥିଲା | ବୁଧବାର ଠାରୁ ସ୍ତ୍ରୀ ସୁଲୋଚନା କେଉଁ ଆଡେ ଘରୁ ଚାଲିଯାଇଛି କହି ଲୋକଙ୍କ ଆଗରେ ଅଭିନୟ କରି ଚାଲିଥିଲା | ଲୋକ ଜାଣିବା ପାଇଁ ସବୁଆଡେ ଖୋଜା ଖୋଜି କରିଥିଲା | ତେବେ ଶୁକ୍ରବାର ସନ୍ଧ୍ୟାରେ ସେହି ରାସ୍ତା ଦେଇ ଲୋକମାନେ ଯାତାୟତ କରୁଥିବା ବେଳେ ଏକ ଦୁର୍ଗନ୍ଧ ଆସୁଥିଲା । କଣ୍ ଗନ୍ଧ ହେଉଛି ବୋଲି ଚାରିଆଡେ ଖୋଜାଖୋଜି କରିବାରୁ ଏକ ଆମ୍ବଗଛ ମୂଳରେ ସୁଲୋଚନାର ଗଳିତ ଶବ ପଡିଥିବା ଲୋକମାନେ ଦେଖି ସାହି ଲୋକଙ୍କୁ ଖବର ଦେଇଥିଲେ ।

ଘଟଣା ସଂପର୍କରେ ସୁଲୋଚନାର ଭାଇ ପ୍ରସନ୍ନ ବେହେରା ଜାଣିବା ପରେ ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପ୍ରସନ୍ନଙ୍କ ଅଭିଯୋଗକୁ ଆଧାର କରି କରି ଶୁକ୍ରବାର ସୁଲୋଚନାର ସ୍ୱାମୀ ଚଗଲାକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ତନ୍ତ୍ର ସାଧନା ପାଇଁ ମୁଁ ମୋ ସ୍ତ୍ରୀକୁ ବଳି ଦେଇଛି ବୋଲି ପୁଲିସ୍ ଆଗରେ ଚଗଲା ମାନି ଯାଇଥିଲା ।

0
0
0
s2sdefault