ହେଡଲାଇନସ୍:

ମିନି ଟ୍ରକ ଓଲଟି ହେଲପର ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ-ବୌଦ୍ଧ ରାସ୍ତାର ବଡ଼ବାହାଳ ଗ୍ରାମ ନିକଟରେ ଆଜି ସକାଳେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଛି l ଏଥି ଯୋଗୁଁ ଗାଡ଼ିର ହେଲପର ଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଧମା ଥାନା ଅନ୍ତର୍ଗତ ରୁଢ଼ିଆପାଲି ଗ୍ରାମର ଶେଷଦେବ ନାଗ(24) ମାନେଶ୍ୱର ରୁ ହ୍ୟୁମ ପାଇପ ବୋଝେଇ ହୋଇ ଯାଉଥିବା ଏହି ମିନିଟ୍ରକ ଟି ବଡ଼ବାହାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଓଲଟି ପଡ଼ିଥିଲା l ମିନିଟ୍ରକ ଡ଼୍ରାଇଭର ନେତ୍ରାନ୍ଦ ନାଏକ ଅଳ୍ପକେ ରକ୍ଷା ପାଇ ଯାଇଥିଲେ l ପୋଲିସ ହେଲପରଙ୍କ ମୃତ ଦେହ ଜବତ କରି ରେଢ଼ାଖୋଲ ଡ଼ାକ୍ତରଖାନା ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ l ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି l

0
0
0
s2sdefault