ହେଡଲାଇନସ୍:

   ଦେଢ଼ ଲକ୍ଷର ବିଲରେ  30 ହଜାର ପିସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରପଞ୍ଚଙ୍କ ମଧ୍ୟସ୍ଥତାରେ ଦିଆନିଆ ଅଭିଯୋଗ,ଠିକାଦାରଙ୍କ ଅଭିଯୋଗରେ ତଦନ୍ତ ନିର୍ଦେଶ

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରାଜ୍ୟ ସରକାରଙ୍କ ସବୁ ସତର୍କତା ସତ୍ୱେ ରେଢ଼ାଖୋଲ ବ୍ଲକରେ ଚାଲିଛି ପିସି କାରବାର l ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଲାଖୋଲି ଚାଲିଛି l ସବୁ ଜିନିଷର ଦର ବୃଦ୍ଧି ଭଳି ପିସି କାରବାର ମଧ୍ୟ ବଢ଼ୁଛି lଏଭଳି ଅଭିଯୋଗ କରିଛନ୍ତି ରେଢ଼ାଖୋଲ ବ୍ଲକ ର କୁକୁଡ଼ାବାହାଳୀ ପଞ୍ଚାୟତ ସାନ ନୂଆଁପଡ଼ା ଗାଁ ର ସୁଦର୍ଶନ ସ୍ୱାଇଁ l

ତାଙ୍କ ଅଭିଯୋଗ ଅନୁଯାୟୀ ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନରୁ ସାନନୂଆଁପଡ଼ା ପ୍ରାଥମିକ ସ୍କୁଲର ପାଚେରି ନିର୍ମାଣ ପାଇଁ ଦୁଇ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିଲା l ପଞ୍ଚୟତ ପକ୍ଷରୁ ଜଣେ କନିଷ୍ଠ ଯନ୍ତ୍ରୀ ନିର୍ମାଣ କରୁଥିଲେ l ଡ଼ିପାର୍ଟମେଣ୍ଟାଲ କାର୍ଯ୍ୟଟି ଜେ.ଇ-ପିଇଓଙ୍କ ସହମତିରେ ସୁଦର୍ଶନ ସ୍ୱାଇଁ ଓ ତାଙ୍କ ସହଯୋଗି ଜଣେ ମିଶି କରୁଥିଲେ l ପଥର,ସିମେଣ୍ଟ,ଇଟା ଧାର ଉଧାର କରଜ କରି ପାଚେରୀ ନିର୍ମାଣ କରୁଥିଲେ l ବ୍ଲକ ଓ ପଞ୍ଚୟତ କାର୍ଯ୍ୟାଳୟ ପାଖରେ  ତଦାରଖ ଦାୟିତ୍ୱ ରହିଥିଲା l ବିଲ ହେଲାବେଳକୁ ମଧ୍ୟସ୍ଥତା ସାଜିଲେ କୁକୁଡ଼ାବାହାଳୀ ସରପଞ୍ଚ ଗୋଲକ ପ୍ରଧାନ l ପାଚେରି କାର୍ଯ୍ୟ ପାଇଁ ସୁଦର୍ଶନ ସ୍ୱାଇଁ ଓ ତାଙ୍କ ସହଯୋଗୀ 1 ଲକ୍ଷ 28 ହଜାର ଟଙ୍କା ଖର୍ଚ କରିଥିଲେ l ବିଲ କରାଗଲା1 ଲକ୍ଷ 53 ହଜାର l ସେଥିରୁ ରୟାଲଟି କଟିଲା 10 ହଜାର ଟଙ୍କା ବାକି ରହିଲା 1 ଲକ୍ଷ 43 ହଜାର l ସରପଞ୍ଚ କହିଲେ ଯେ ପିସି ବାବଦକୁ 16 ପ୍ରତିଶତ ହିସାବରେ 23 ହଜାର ଟଙ୍କା କାଟି ରଖିବେ lଆହୁରି ମଧ୍ୟ କାର୍ଯ୍ୟର ଅଧିକ ବିଲ ହୋଇଥିବା ଯୋଗୁଁ 5 ହଜାର ଏବଂ ପୂର୍ବ ଓ୍ୱାଡ଼ ସଭ୍ୟ ଙ୍କ ନାମରେ 2 ହଜାର ,ମୋଟ 30 ହଜାର ଟଙ୍କା କଟାଗଲା l ମୋଟାମୋଟି ଶେଷରେ 1 ଲକ୍ଷ 13 ହଜାର ଟଙ୍କା ମିଲିଲା ଶ୍ରୀ ସ୍ୱାଇଁ ଙ୍କୁ ବାଧ୍ୟତାମୂଳକ ପରିସ୍ଥିତିରେ ଶ୍ରୀ ସ୍ୱାଇଁ ଓ ତାଙ୍କ ସହଯୋଗୀ ଟଙ୍କା ନେଇଥିଲେ ଶ୍ରମିକ ପାଉଣା ପାଇଁ ରେଭନ୍ୟୁ ଷ୍ଟାମ୍ପ ଲଗା ଯାଇଥିବା ଏକ କାଗଜରେ ମଧ୍ୟ ଦସ୍ତଖତ କରାଯାଇଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି l ଏହିପରିସ୍ଥିତିରେ ଧାରକରଜ ଶୁଝିବା ପାଇଁ ମଧ୍ୟ କଷ୍ଟ ହେଉଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି l ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ ଏଭଳି ଭାବେ ହଇରାଣ କରାଯାଉଥିବାରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l ଏ ସମସ୍ତ ଘଟଣାକୁ ନେଇ ଶ୍ରୀ ସ୍ୱାଇଁ ଜିଲ୍ଲାପାଳ ଓ ରେଢ଼ାଖୋଲ ବିଡ଼ିଓ ଙ୍କ ଠାରେ ଅଭିଯୋଗ କରିଛନ୍ତି l 

ବିଡ଼ିଓ ପରୀକ୍ଷିତ ସାହୁ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ଜିପିଓଙ୍କୁ କୁହାଯାଇଛି l ତାଙ୍କ ରିପୋର୍ଟକୁ ଆଧାର କରି ପଦକ୍ଷେପ ନିଆଯିବ l ଅନ୍ୟପକ୍ଷରେ ସରପଞ୍ଚ ଗୋଲକ ପ୍ରଧାନ କହିଛନ୍ତି, ଅଭିଯୋଗ ର କୌଣସି ସତ୍ୟତା ନାହିଁ l ପିସି କାରବାର ହୋଇନାହିଁ l ତଦନ୍ତ ରେ ପ୍ରକୃତ କଥା ଜଣାପଡ଼ିବ |

0
0
0
s2sdefault