ହେଡଲାଇନସ୍:

ଯୁବତୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ   :- ଗତ ରାତି ପ୍ରାୟ 10ଟା ସମୟରେ ପଇକମାଲ ରେ ଗତ କିଛି ମାସ ହେବ ଏକ ଭଡା ଘରେ ବାସ କରୁଥିବା ଜଣେ ଡ୍ରାଇଭର ଙ୍କର ସ୍ତ୍ରୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ।   ପାଇକମାଲ ଥାନା ର ଅପମୃତ୍ୟୁ ମାମଲା 21/2018 ଅନୁସାରେ  ପାଇକମାଲ ରୁ ରାୟପୁରକୁ ଚାଲୁଥିବା ଲଷ୍ମୀ ବସର ଡ୍ରାଇଭର ଚମଲ ଲାଲ ସୋନି ନିଜର ପତ୍ନୀ ଓ 2 ଛୁଆ ଙ୍କର ସହିତ  ପାଇକମାଲ ରେ ରହୁଥିଲେ ।ଗତ ରାତି 9ତା ବେଳକୁ ଚମନ ଲାଲ କୋଣସି କାମରେ ଘର ବାହାରକୁ ଯାଇଥିଲେ ।ସାଢ଼େ 9ଟା ବେଳକୁ ଫେରି ଦେଖିଲେ ପତ୍ନୀ  ମିନୁ ସୋନି ବେକରେ ଦଉଡି ଦେଇ ଛଟପଟ ହେଉଛି । ସେ ସାଙ୍ଗେ ସାଙ୍ଗେ ପତ୍ନୀ ଙ୍କୁ ନେଇ ନିକଟସ୍ତ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ  ପାଇକମାଲ ଥାନା କୁ ଖବର ପହଂଚିବା ପରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଆଜି ସକାଳୁ  ପାଇକମାଲ ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ଆତ୍ମହତ୍ୟା ର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହେଇ ପାରିନାହିଁ । କାରଣ ବାବଦରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜଣାଇଛନ୍ତି।

0
0
0
s2sdefault