ହେଡଲାଇନସ୍:

ସହୀଦ ସାମ୍ବାଦିକ ଅଚ୍ୟୁତାନନ୍ଦ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିରୋଧିଦଳନେତା ନରସିଂହଙ୍କ ସହ ଜିଲ୍ଲା ପ୍ରଶାସନ ଜଣାଇଲା ଶେଷ ସମ୍ମାନ

ବଲାଙ୍ଗିର,(ନିରୋଜ ମିଶ୍ର)- ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ମଙ୍ଗଳବାର ଦିନ ଘଟିଯାଇଥିବା ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନ ନ୍ୟୁଜର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିଲା । ସ୍ୱର୍ଗତ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ଘର ଲୋଇସିଂହା ଅନ୍ତର୍ଗତ ଘୁଷୁରାମୁଣ୍ଡା ଗାଁରେ । ଆଜି ସକାଳେ ତାଙ୍କର ମର ଶରୀର ରାୟପୁର ଦେଇ ତାଙ୍କ ବାସସ୍ଥାନରେ ପହଂଚି  ଥିଲା । ଆଖପାଖ ଅଞ୍ଚଳରୁ ତଥା ଗ୍ରାମବାସୀମାନେ ମର ଶରୀରକୁ ଜାତୀୟ ରାଜପଥରୁ ଗାଁ ଭିତରକୁ ଶୋକାତୁର ହୋଇ ନେଇ ଆସିଥିଲେ । ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ତାଙ୍କ ପୂର୍ବରୁ ଯାଇ ସ୍ୱର୍ଗତ ସାହୁଙ୍କ ପିତା ତାଥା ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାସହ ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଧର୍ଯ୍ୟହରା ନ ହେବାକୁ ନିବେଦନ କରିଥିଲେ । ପରେ ପରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ମହେଶ୍ୱର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ କେ.ଶିବ ମଣୀ, ଏସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ସେଠ ତଥା ଲୋଇସିଂହା ତହସିଲଦାର, ବଲାଙ୍ଗିର ପ୍ରାୟ ସମସ୍ତ କାର୍ଯ୍ୟରତ ସମ୍ବାଦିକ ଘୁଷୁରାମୁଣ୍ଡାରେ ସହୀଦ ଅଚ୍ୟୁତାନନ୍ଦଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଅପେକ୍ଷା କରିଥିଲେ । କିଛି ସମୟ ପରେ ସହୀଦ ଅଚ୍ୟୁତାନନ୍ଦଙ୍କ ମରଶରୀର ଘୁଷୁରାମୁଣ୍ଡାରେ ପହଞ୍ଚôବା ପରେ ଗ୍ରାମବାସୀ, ପରିବାରବର୍ଗ ତଥା ଲୋକଙ୍କ ଭିତରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମର ଶରୀର ସହିତ ସ୍ୱର୍ଗତ ଅଚ୍ୟୁତାନନ୍ଦ ଙ୍କ ସ୍ତ୍ରୀ ଏବଂ ତାଙ୍କ ଶ୍ୱଶୁରଘରର ଲୋକେ ମଧ୍ୟ ଆସିଥିଲେ । ରାୟପୁରରୁ ଓଡିଶାକୁ ମର ଶରୀର ଆସିଲାବେଳେ ଓଡିଶାରେ ବରଗଡ ଜିଲ୍ଲା ସିମାନ୍ତରେ ତାଙ୍କୁ ସରକାରୀ ସ୍ତରରେ କୌଣସି  ପାରଂପରିକ ସହୀଦ ସମ୍ମାନ ନ ଥିବାରୁ କିମ୍ବା  କୌଣସି  ଅଧିକାରୀ ତାଙ୍କ ସହିତ ଆସିନଥିବାରୁ ଗ୍ରାମବାସୀଙ୍କ ଭିତରେ କ୍ଷୋଭପ୍ରକାଶ ପାଇଥିଲା । ଏପରି କି ମର ଶରୀର ଆସିଥିବା ଭ୍ୟାନଟି ରାସ୍ତା ଜାଣି ନ ଥିବାରୁ ଗାଁକୁ ମରଶରୀର ପହଞ୍ଚôବାରେ ଦିର୍ଘ ଦେଢ ଘଣ୍ଟା ବିଳମ୍ବ ଘଟିଥିଲା । ଘର ଭିତରେ ପରିବାର ବର୍ଗ ମର ଶରୀର ଶେଷ ଦର୍ଶନ କରି ସାରିବା ପରେ ଗାଁ ପରିକ୍ରମା କରାଇବା ଗାଁ ନିକଟସ୍ଥ ଶ୍ମଶାନକୁ ସହୀଦ ଅଚ୍ୟୁତାନନ୍ଦ ଅମର ରହେ ଧ୍ୱନିରେ ହଜାର ହଜାର ଲୋକ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲା । ଏଥିରେ ବିରୋଧି ଦଳ ନେତା ନରସିଂହ ମିଶ୍ର, ଜିଲ୍ଲା ପ୍ରଶାସନ ତରଫରୁ ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ଅଧିକାରୀ, ସାମ୍ବାଦିକ କର୍ମକର୍ତ୍ତା, ଜିଲ୍ଲା କଂଗ୍ରେସ ସଭାପତି ଏହି ଶେଷ ଯାତ୍ରାରେ ସାମିଲ ଥିଲେ ।  ଶ୍ମଶାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ସ୍ୱର୍ଗତ ଅଚ୍ୟୁତାନନ୍ଦଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିଲା । ଏଥିରେ ପ୍ରଥମେ ରାଜ୍ୟ ବିଧାନସଭା ବିରୋଧି ଦଳ ନେତା ନରସିଂହ ମିଶ୍ର, ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ, କର୍ମରତ ସମ୍ବାଦିକ ପୁଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ । ଶେଷରେ ସମସ୍ତ ରୀତିନୀତି ସହ ସ୍ୱର୍ଗତ ଅଚ୍ୟୁତାନନ୍ଦଙ୍କ ପୁତୁରାଙ୍କ ହାତରେ ମୁଖାଗ୍ନି ଅର୍ପଣ କରିଥିଲେ ।

0
0
0
s2sdefault