ହେଡଲାଇନସ୍:

ମୟୁରଭଞ୍ଜ  ବାର ଆସୋସିଏସନ ପକ୍ଷରୁ ହଲାଇଲା ନବୀନଙ୍କ କୁଶ ପୁତ୍ତଳିକା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ପୋଲିସ ଓ ଓକିଲ ଙ୍କ ମଧ୍ୟରେ ବିବାଦ ଦିନକୁଦିନ ଅଧିକ ଘନିଭୂତ ହେବାକୁ ଲାଗିଅଛି । ପରିଣାମସ୍ୱରୂପ ଓକିଲମାନେ କରୁଥିବା ଆନେ୍ଦାଳନ ଅଧିକ ତିବ୍ରତର ହେବାକୁ ଲାଗିଅଛି । ଜଣେ ଆଇନଜିବୀଙ୍କୁ ପୋଲିସର ମାଡମାରା ଘଟଣାରେ ଅଭିଯୁକ୍ତମାନଙ୍କ ବୋରୋଦ୍ଧରେ ଦୃଢ କାର୍ଯାନୁଷ୍ଠାନ  ଦାବି କରି  ହାଇକୋର୍ଟ ବାର୍ ଆସୋସିଏସନ ସମେତ ସାରା ରାଜ୍ୟରେ ଦୁଇମାସରୁ ଅଧିକହେବ ସମସ୍ତ କୋର୍ଟ କାର୍ଯ୍ୟ ବନ୍ଦ ରହିବା ସହିତ  ଆନେ୍ଦାଳନ ଚାଲୁ ରହିଅଛି । ଓକିଲମାନଙ୍କ ଆନେ୍ଦାଳନ ଯୋଗୁଁ ନ୍ୟାୟିକ ବ୍ୟବସ୍ଥା ଅଚଲ ହୋଇପଡିଥିବାବେଳେ ହାଇକୋର୍ଟ ଙ୍କ ନଦେ୍ର୍ଧଶକ୍ରମେ ସୋମବାର ରାଜ୍ୟର ବିଭିନ୍ନ  ଜେଲରେ କ୍ୟାମ୍ପକୋର୍ଟ ଅନୁଷ୍ଠିତ  ହୋଇଥିଲା । ମାତ୍ର ମୟୁରଭଞ ବାର ଆସୋସିଏସନ ପକ୍ଷରୁ  ଏହାକୁ ସଂପୂନ୍ନରୂପେ ବିରୋଦ୍ଧ କରାଯିବାରୁ ତହିଁ ପରଦିନ ମଙ୍ଗଳବାର ପୁଣି ବିରୋଦ୍ଧ ସତ୍ତେ୍ୱ ଜଜ୍ ମାନଙ୍କ ଉପସ୍ଥିତିରେ ବାରିପଦା ମଣ୍ଡଳ କାରାଗାରରେ କୋର୍ଟ କ୍ୟାମ୍ପ କାରାଯାଇଥିଲା । ଆଜି ମୟୁରଭଞ ବାର ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଅଛି । ପୁର୍ବାହ୍ନରେ ଜିଲାବାରଆସୋସିଏସନ ସମ୍ମୁଖରେ ଜିଲା ଓକିଲସଂଘର ସଭାପତି ପ୍ରବୀର ବସା ଙ୍କ ନେତୃତ୍ୱରେ ସଂପାଦକ ବିପ୍ଳବ ବାରକ ,ନରୋତ୍ତମ ପାଣିଗ୍ରାହୀ, ଧିରେନ୍ଦ୍ର ସାସମଲ ,ବିଳାସ ରାମ , ସ୍ୱରୂପ ମିଶ୍ର ,ପ୍ରଦୀପ ରଥ ,ଜ୍ୟୋତିପକାଶ ରଥ ,ବିଜୟ ଦାସ , ହରିଶ ସାହୁ ,ସଚିଦାନନ୍ଦ ଆଚାର୍ଯ୍ୟ ,ବରୁଣ ବାରିକ ,ନେତ୍ରାନନ୍ଦ ମହାନ୍ତ , ରବି ଗୋସ୍ୱାମୀ, ବସନ୍ତ ନାୟକ , କାର୍ତ୍ତିକ ରାମ , ସନ୍ଦିପ ମିଶ୍ର ପ୍ରମୁଖ ଙ୍କ ସମେତ ଶତାଧିକ ଓକିଲ ମୁଖ୍ୟମନ୍ତ୍ରୀ ଙ୍କ ବିରୋଦ୍ଧରେ ବିଭିନ୍ନ ନାରାବାଜି ଦେବାସହିତ କୁଶ ପୁତ୍ତଳିକା ଦାହ କରିଥିଲେ ।

0
0
0
s2sdefault