ହେଡଲାଇନସ୍:

ସନ୍ଦେହରେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ : ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ(ରିପୋର୍ଟ ରଞ୍ଜିତ ମହାପାତ୍ର ): ଗତକାଲି କଟକ ଉପର ତେଲେଙ୍ଗା ବଜାର ବାସିନ୍ଦା ସ୍ବର୍ଗତ ଯମୁନା ଧର ଖଣ୍ଡଲଙ୍କ ପୁଅ ଶ୍ୟାମ ସୁନ୍ଦର ଶର୍ମା ମୃତ୍ୟୁ ବରଣ କରିଛନ୍ତି | ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗତକାଲି ସଂନ୍ଧ୍ୟା 8ଟାରୁ 8.30 ମଧ୍ୟରେ ହଠାତ ଘର ଛାତ ଉପରୁ ଶ୍ୟାମସୁନ୍ଦର ଶର୍ମା ରୋଡ଼ ଉପରେ ପଡିଥିଲେ | ପରେ ପରେ ତାଙ୍କର ଦୁଇ ପୁତୁରା ଅଭିଷେକ,ଅଖିଳେଶ ସେଠାରେ ପହଞ୍ଚି ତାଙ୍କୁ ମୁମୂର୍ଷୁ ଅବସ୍ଥାରେ କଟକ ବଡ ମେଡିକାଲ ନେଇଯାଇଥିଲେ | ସେଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ଆଜି ସକାଳେ ପୁରୀଘାଟ ପୋଲିସ ଥାନା ଅଧିକାରୀ ତାଙ୍କ ଟିମ ସହିତ ଖଣ୍ଡଲଙ୍କ ବାସଭବନରେ ପହଞ୍ଚି ମୃତ୍ୟର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି | ସାହି ଲୋକଙ୍କ କହିବା କଥା କିଛି ବର୍ଷ ପୂର୍ବରୁ ମୃତକଙ୍କ ବଡଭାଇ ଆଇନଜୀବୀ ଯୁଗଲ ଖଣ୍ଡଲ ମଧ୍ୟ ସନ୍ଦେହ ଜନକ ଭାବେ ମୃତ୍ୟୁ ବରଣ କରିଥିଲେ | ତେଣୁ ଥାନାଧିକାରୀ ଓ ପ୍ରଶାସନ ମୃତ୍ୟର କାରଣ ଅନୁଧ୍ୟାନ କରି ପ୍ରକୃତ ଦୋଷୀକୁ ଦଣ୍ଡବିଧାନ କରିବାକୁ ସାହି ମୁରବି ଓ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି |

0
0
0
s2sdefault