ପୋଖରୀରେ ମାଛ ଜଗିଥିଲେ, ହାତି ଦଳାରେ ଜୀବନ ଗଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲାଗଲାଗ ତିନିଜଣଙ୍କୁ ହାତୀ ଦଳି ଦେବା ଘଟଣାରେ ଆତଙ୍କିତ ପାଇକମାଳ-ଝାରବନ୍ଧ ଅଞ୍ଚଳବାସୀ 

ବରଗଡ/ ଗୌରାଙ୍ଗ ଚରଣ ଦାଶ : ଲଗାତାର ଭାବେ ସପ୍ତାହକ ମଧ୍ୟରେ ତିନିଜଣଙ୍କୁ ଦଳି ମାରିଦେଲାଣି ଦନ୍ତା ହାତି । ପ୍ରଥମେ ସମିତି ସଭ୍ୟ, ତାପରେ ଜଣେ ଆଉ ଜଣେ ଯୁବକଙ୍କ ପରେ ଆଜି ପାଳି ପଡିଛି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ତୁର୍ଲା ଗ୍ରାମରେ ସତ୍ୟକୁମାର ସାହୁଙ୍କ । ଦନ୍ତାହାତୀର ନିଷ୍ଣୁର ପାଦ ଦଳି ହୋଇ ଜୀବନ ଯାଇଛି ସତ୍ୟଙ୍କର । ହାତୀର ଏଭଳି ଆତଙ୍କରାଜରେ ଆତଙ୍କିତ ହୋଇପଡିଛନ୍ତି ଝାରବନ୍ଧ ଓ ପାଇକମାଳ ବ୍ଲକ୍ ଅଞ୍ଚଳର ଜନସାଧାରଣ । 

ରାତି ପ୍ରାୟ ସାଢେ ୯ଟା ବେଳେ ସତ୍ୟ କୁମାର  ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ସହ ପୋଖରୀକୁ ମାଛ ଜଗିବାକୁ ଯାଇଥିଲେ । ହେଲେ ହଠାତ ସେଠାରେ ଦନ୍ତା ହାତୀଟି ପହଞ୍ଚି ସେମାନଙ୍କ ଉପରେ ଆକ୍ରଣ କରିବାକୁ ଯାଉଥିବା ବେଳେ ତିନିହେଁ ପ୍ରାଣ ବିକଳରେ ଦଉଡି ଯାଉଥିଲେ । ହେଲେ ହାତୀ ସତ୍ୟକୁମାରଙ୍କୁ ପାଦ ତଳେ ଦଳି ଦେଇଥିଲା । ଅନ୍ୟ ଦୁଇଜଣ ପ୍ରାଣ ବିକଳରେ ସେଠାରୁ ଦଉଡି ଆସି ଗମାବାସୀଙ୍କୁ ଏ ବିଷୟ ଜଣାଇଥିଲେ । 

0
0
0
s2sdefault