ମାଲଟା ଦେଲେ ସବୁ କାଗଜ ଓକେ ହେଇଯିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିଜିଲାନ୍‍ସ ଜାଲରେ ବି.ଇ.ଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଅବସରକାଳୀନ ସମେତ ପେନସନ ହେବା ପାଇଁ ଯାହାସବୁ କାଗଜପତ୍ର ବାକି ପଡିଛି ସେସବୁ ଠିକ ଠାକ କରିଦେବି କହି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୁରେନ୍ଦ୍ର ନାଥ ମହାକୁଦା |  ଜଣେ ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଠାରୁ ମୁଖ୍ୟ କିରାଣୀ ମହାଙ୍କୁଡ ୧୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍‍ସ ବିଭାଗ ସେଠାରେ ପହଞ୍ଚି ଟଙ୍କା ସମେତ ମୁଖ୍ୟ କିରାଣୀ ମହାଙ୍କୁଡଙ୍କୁ ଧରିଥିଲେ । ଭିଜିଲାନସ ବିଭାଗ ପକ୍ଷରୁ ମୁଖ୍ୟ କିରାଣୀଙ୍କୁ ଗିରଫ କରିବା ପରେ ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍‍ସ କୋର୍ଟକୁ ପଠାଇଦିଆଯାଇଛି ବୋଲି ଭିଜିଲାନସ ବିଭାଗ ଡି.ଏସ.ପି ଶ୍ରୀ ଅରୁଣ କୁମାର ନାୟକ କହିଛନ୍ତି । ସୂଚନା ଯୋଗ୍ୟ ଯେ ଶ୍ୟାମସୁନ୍ଦର ପଟ୍ଟନାୟକ ଗତ ୨୦୧୩ ମାର୍ଚ୍ଚ ୩୧ରେ ଶିକ୍ଷକତାର ଚାକିରୀରୁ ଅବସର ନେଇଥିଲେ । ୫ବର୍ଷ ଧରି ତାଙ୍କର ଅବସର କାଳୀନ ଭତ୍ତା ପେନସନ ପାଇବା ପାଇଁ ଏବଂ ବି.ଇ.ଓ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ପଠାଇବା ପାଇଁ ବାରମ୍ୱାର ଦୌଡି ଦୌଡି ନୟାନ୍ତ ହୋଇପଡିଥିଲେ ସୁଦ୍ଧା  ତାହା ହୋଇପାରୁନାହିଁ । ଶେଷରେ ସେ ମୁଖ୍ୟ କିରାଣୀ ମହାଙ୍କୁଡଙ୍କୁ ନେହୁରା ହୋଇ କରିଦେବାକୁ ନିବେଦନ କରିଥିଲେ । ପେନସନ ଅବସରକାଳୀନ ଭତ୍ତା ସଂକ୍ରାନ୍ତିୟ ସମସ୍ତ କାଗଜପତ୍ର ଠିକ ଠାକ ପ୍ରସ୍ତୁତ କରିଦେବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ଲାଞ୍ଚ ଅର୍ଥ ଦେବା ପାଇଁ ଶ୍ରୀ ପଟ୍ଟନାୟକ ରାଜି ହୋଇ ୨୫ ତାରିଖରେ ଜିଲ୍ଲା ଭିଜିଲାନସ ବିଭାଗ ଦ୍ୱାରସ୍ତ ହୋଇ ସମସ୍ତ କଥା ଅଭିଯୋଗରେ ଜଣାଇଥିଲେ । ମୁଖ୍ୟ କିରାଣୀ ମହାଙ୍କୁଡଙ୍କୁ ରଙ୍ଗ ହାତରେ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରି ସେହି ପ୍ରକାରେ ବି.ଇ.ଓ କାର୍ଯ୍ୟାଳୟକୁ ପଟ୍ଟନାୟକ ଯାଇ ଲାଞ୍ଚ ଟଙ୍କା ୧୦ ହଜାର ଦେଇଥିଲେ । ମୁଖ୍ୟ କିରାଣୀ ତାହା ଗ୍ରହଣ କରି କମ୍ପ୍ୟୁଟର ଡ୍ରୟାରରେ  ରଖିଦେବାକୁ କହିଥିଲେ । ସଙ୍ଗେସଙ୍ଗେ ଡି.ଏସ.ପି ଅରୁଣ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଭିଜିଲାନସ ଦଳ ସେଠାରେ ପହଞ୍ଚି ଡ୍ରାରୁ ଟଙ୍କା ଜବତ କରିବା ସହ ମହାଙ୍କୁଡକୁ ଗିରଫ କରିଥିଲେ । ମୁଖ୍ୟ କିରାଣୀ ମହାଙ୍କୁଡଙ୍କୁ ଗିରଫ କରି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନସ କୋର୍ଟକୁ  ପଠାଇଦେଇଥିଲେ । ଭିଜିଲାନସ ଇନ୍‍ସେପ୍‍କଟର ସୁବାସ ବିଶୋଇ ଏହି ଚଢାଉରେ ସାମିଲ ଥିଲେ ।

0
0
0
s2sdefault