ହେଡଲାଇନସ୍:

ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) : ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିିଷଦ ଅନ୍ତର୍ଗତ ଜାରିଙ୍ଗୀ ମୈାଜାରେ ଭୀମସେନ ସାହୁଙ୍କ ପୁଅ ଦୁତିକୃଷ୍ଣ ସାହୁ(୨୭) ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘରେ କେହି ନଥିବା ସମୟରେ ପୂର୍ବର କୈାଣସି ଘରୋଇ କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିଲେ । ଓଡ଼ଗାଁ ପୋଲିସ ଖବର ପାଇ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହିତ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲେ । ପ୍ରକାଶ ଥାଉକି ଗତବର୍ଷ ଓଡ଼ଗାଁ ପେଟ୍ରୋଲ ଟାଙ୍କି ନିକଟରେ ହୋଇଥିବା ଏକ ଡକାୟତି ଘଟଣାରେ ସେ ସମ୍ପୃକ୍ତ ଥିବା ଜଣାଯାଇଛି । ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

0
0
0
s2sdefault