ହେଡଲାଇନସ୍:

କେଡ଼େ ନୃଶଂସ ସେ ମଣିଷ, ତା ହାତ ଥରିଲାନି !!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ନିରୋଜ ମିଶ୍ର - କିଏ ସେ ନୃଶଂସ ଅମଣିଷ | ଗୋଟାଏ ନିଷ୍ପାପ ଆଉ ନିରୀହ ଶିଶୁକୁ ନିର୍ମମ ଭାବେ ହତ୍ୟା କଲା ! ଶିଶୁ ଟିକେ ହତ୍ୟା କରିବାକୁ ଟିକେ ତା ହାତ ପଛ ଘୁଞ୍ଚା ଦେଲାନି !!!

ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଂଚଳର ସୁଣ୍ଢିମୁଣ୍ଡା ନାଳ ନିକଟରୁ ଜଣେ ନାବାଳକଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶବକୁ ବାଲିରେ ପୋତାଯାଇଥିବା ଦେଖିବାକୁ ମିଳିଥିଲା । ମୃତ ବାଳକଙ୍କ ନାମ ଘନଶ୍ୟାମ ରଣା । ହୀରା ରଣାଙ୍କ ୯ ବର୍ଷିୟ ପୁଅ ଘନଶ୍ୟାମ ଗତ ୧୩ ତାରିଖ ଠାରୁ ନିଖୋଜ ଥିଲେ । ଘଟଣାର ପରଦିନ ଅର୍ଥାତ୍ ୧୪ ତାରିଖରେ ପରିବାର ଲୋକେ ପୁଅ ନିଖୋଜ ଥିବା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସିନେ୍ଧକେଲା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ମୁଣ୍ଡବିହୀନ ଶବ ଘନଶ୍ୟାମଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଛାନଭିନ୍ ଜାରୀ ରଖିଛି । ଅଧିକ ତଦନ୍ତ ପାଇଁ ବଲାଙ୍ଗିରରୁ ଏକ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ବଳି ଉଦେ୍ଧଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ଅନ୍ୟପକ୍ଷରେ ଏନେଇ ତଦନ୍ତ ଜାରୀ ରହିଛି, ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

0
0
0
s2sdefault