ହେଡଲାଇନସ୍:

 ଓଡଗାଁ :  ଥାନା ସାମ୍ନାରେ  ମାଓପୋଷ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "ଅସାଧୁ ପୋଲିସ କର୍ମଚାରୀଙ୍କୁ ମିଳିବ ଦଣ୍ଡ"

ଓଡ଼ଗଁ  : ୨୦୦୮ ମସିହା ଫ୍ରେବୁୟାରୀ ୧୫ ତାରିଖରେ ମାଓବାଦିଙ୍କ ନୟାଗଡ ଥାନା, ମହିପୁର ଫାଣ୍ଡି, ଦଶପଲ୍ଲା ଥାନା ଆକ୍ରମଣ ଓ ନୟାଗଡ ଅସ୍ତ୍ରାଗାର ଲୁଣ୍ଠନ ସହିତ ୧୪ଜଣ ପୋଲିସ କର୍ମଚାରୀ ଏବଂ ଦଶପଲ୍ଲାର ଜଣେ ସାଧାରଣ ନାଗରୀକଙ୍କୁ ବର୍ବର ପୂର୍ଣ୍ଣ ଭାବେ ହତ୍ୟା ଘଟଣାର ଲୋମହର୍ଷଣକାରୀ ଦୃଶ୍ୟ ମନେ ପଡିଲେ ଏବେବି ମନରେ ଭୟ ଏବଂ ଆଶଙ୍କା ସୃଷ୍ଟିହୁଏ  । ଘଟଣାରେ ଶହିଦ୍ ହୋଇଥିବା କର୍ମଚାରୀଙ୍କ ପରିବାରର ଆଖିର ଲୁହ ଶୁଖିନଥିବା ବେଳେ ଆଜି ସକାଳେ ଓଡଗାଁ ଥାନା ସାମ୍ନାରେ ଥିବା ସୈାଚାଳୟ କାନ୍ଥରେ ଲାଲବାହିନର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହି ପୋଷ୍ଟରରେ ନାଲି ଅଳତାରେ ଓଡ଼ିଆ ଅକ୍ଷରରେ ପୋଲିସ ବିଭାଗର କର୍ମଚାରୀ ଏସପି ଶଶି ଶତପଥୀ, ଏସ୍ଡିପିଓ ନାରାୟଣ ବାରିକ, ଓଡଗାଁ ଥାନା ଅଧିକାରୀ  ଓ ପୁରୁଣା ଏସ୍ଆଇ ସିନା ବାବୁଙ୍କୁ ମାରି ଦେବାପାଇଁ ଧମକ ଦିଆଯାଇଥିଲା । ଏବଂ ପୁନଃ ଅସାଧୁ ପୋଲିସ କର୍ମଚାରୀମାନେ ଦଣ୍ଡ ପାଇବେ, ଏଥିପାଇଁ  ସ୍ଥାନୀୟ ଅଂଚଳବାସୀ ଭୟଭୀତ ନହେବା ପାଇଁ ଲାଲ ସଲାମ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକି ମିଳିଥିଲା । ଉକ୍ତ ଘଟଣା ସ୍ଥାନୀୟ ଅଂଚଳରେ ଏକ ମୂଖ୍ୟ ଚର୍ଚ୍ଚାର ବିଷୟ ବସ୍ତୁ ହୋଇଥିବା ବେଳେ ଏହାକୁ ବିଶ୍ୱାସ କିମ୍ବା ଅବିଶ୍ୱାସ ପରିବର୍ତେ ଗୁରୁତ୍ୱପୁର୍ଣ୍ଣ ଭାବି ଅନୁସନ୍ଧାନ ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି ବୈଦ୍ୟନାଥ ଭୋଇ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ ନୟାଗଡର ମାଓ ତାଣ୍ଡବ ପରେ କିଛି ମାଓବାଦି ଓଡଗାଁ ଦେଇ ସୁକମା ଜଙ୍ଗଲକୁ ଯାଇଥିଲେ ବୋଲି ପରବର୍ତି ସମୟର ଅନୁସନ୍ଧାନରୁ ଜଣା ଯାଇଥିଲା । ବାହାଡାଝୋଲା ସମିପବର୍ତି ଆଦବାସୀ ଅଂଚଳକୁ ଲାଗିରହିଥିବା ଘଂଚ ଅରଣ୍ୟ ଥିଲା ମାଓ ଆଶ୍ରୟ ସ୍ଥଳି । ତେବେ ପୋଲିସ ପ୍ରଶାସନ ପାରିପାର୍ଶିକ ଅବସ୍ଥା ଏବଂ ସ୍ଥିତିକୁ ଦୃଷ୍ଟିରେ ରଖି ସବୁବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇପଡିଛି । 

0
0
0
s2sdefault