ହେଡଲାଇନସ୍:

ଟ୍ରକ ଧକ୍କାରେ ଝିଆରୀର ମୃତ୍ୟୁ, ବାପ ଝିଅ ଗୁରୁତର। ଟ୍ରକକୁ ଜାଳିଲେ ଉତ୍ୟକ୍ତ ଲୋକେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡ଼ା :ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ରେଲୱେ ସାଇଡିଂ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ ସାଗରିକା ମହାକୁଡ଼ ନାମ୍ନୀ ଜଣେ ୧୩ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ନିକଟବର୍ତ୍ତୀ ଗୋବର୍ଦ୍ଧନପୁର ଗ୍ରାମର ବିଜୟ ମହାକୁଡ଼ ନିଜ ଝିଅ ବିଦ୍ୟୁସ୍ମିତା ଓ ଝିଆରୀ ସାଗରିକାକୁ ନେଇ ଏକ ବାଇକରେ ଯାଉଥିଲା ବେଳେ ଏକ ବାର ଚକିଆ ଟ୍ରକ ପଛପଟୁ ଧକ୍କାଦେଇ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ଝିଆରୀ ସାଗରିକର ମୃତ୍ୟୁ ଘଟିଥିବା ବେଳେ ବାପ ଝିଅ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ପଠାଯାଇଛି। 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଟ୍ରକରେ ନିଆଁ ଲଗେଇ ଦେଇଥିଲେ। ଡ୍ରାଇଭରକୁ ଯୋଡ଼ା ପୋଲିସ ଅଟକ ରଖିଥିବା ବେଳେ ଅଞ୍ଚଳରେ ତୀଵ୍ର ଉତ୍ତେଜନା ଦେଖା ଦେଇଛି। ଘଟଣାସ୍ଥଳରେ ବଡ଼ବିଲ ତହସିଲଦାର ଓ ଯୋଡ଼ା ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣା ପଡ଼ିଛି। 

ଉକ୍ତ ରାସ୍ତାକୁ ଜିନ୍ଦଲ କମ୍ପାନୀ ରେଲୱେ ସାଇଡିଂକୁ ମାଲ ପରିବହନରେ ବ୍ୟବହାର କରୁଥିବା ବେଳେ ବେପରୁଆ ଡ୍ରାଇଭିଂ ଦ୍ଵାରା ଅନେକ ଧନଜୀବନ ନଷ୍ଟ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

0
0
0
s2sdefault