ହେଡଲାଇନସ୍:

ନୂତନ ଭାବେ ତିଆରି ହେଉଥିବା ପୋଲର ଛାତ ଭୁଶୁଡ଼ି ୩୦ ଶ୍ରମିକ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Sundargarh/Rourkela  : ବଣେଇ ଉପଖଣ୍ଡର ଜାମଢ଼ି ରୁ କୁଞ୍ଚିପାଣି କୁ ସଂଯୋଗ କରୁଥିବା ରାସ୍ତା ଉପରେ କେନ୍ଦ୍ରୀୟ ଏନ.ବି.ସିସି ସଂସ୍ଥା ଦ୍ୱାରା ନୂତନ ଭାବେ ନିମିତ୍ତ ହେଉଥିବା ପୋଲର ଛାତ କାମ ହଉଥିବା ବେଳେ କୌଣସି କାରଣରୁ ହଠାତ ପୋଲ ର ଛାତ ଭୁଶୁଡି ପଡିବାରୁ ୩୦ ରୁ ଉର୍ଦ୍ଧ ଶ୍ରମିକ ଛାତ ଉପରୁ ୩୦ ଫୁଟ ତଳକୁ ପଡିଯାଇଥିଲେ ଫଳରେ ସେଥିମଧ୍ୟରୁ ୧୧ ରୁ ଉର୍ଦ୍ଧ ଶ୍ରମିକ ଗୁରୁତର ହୋଇ ଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଥିଲା କିନ୍ତୁ ତାଙ୍କ ମଧ୍ୟରୁ ୬ ଜଣ ଅଧିକ ଗୁରୁତ୍ୱ ଥିବାରୁ ତାଙ୍କୁ ଡାକ୍ତର ରାଉରକେଲା ସରକାରୀ ଚିକିତ୍ସାଳୟକୁ ପଠାଇ ଥିବାର ଜଣାପଡିଛି। ଆଜି ରବିବାର ହୋଇଥିବାରୁ କୌଣସି ସରକାରୀ କର୍ମଚାରୀ ଘଟଣା ସ୍ଥଳରେ ବା ଚିକିତ୍ସା ଳୟରେ ପହଂଚି ନଥିବାର ଜଣା ପଡ଼ିଛି। ଛାତ ପଡୁଥିବା ସମୟରେ NBCC ସଂସ୍ଥାର କୌଣସି କର୍ମଚାରୀ ବା ସରକାରୀ କର୍ମଚାରୀ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ଏତେ ବଡ଼ ପୋଲର ଛାତ ସରକାରୀ କର୍ମଚାରୀ ଙ୍କ ବିନା ଉପସ୍ଥିତିରେ କିପରି ଭାବେ ଛାତ ପଡୁଥିଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରମିକ ମାନଙ୍କ କୌଣସି ସେଫଟି ଉପକରଣ ମଧ୍ୟ ଦିଆ ଯାଇନଥିବା ଓ ଖାମ ଖିଆଲି କାମ ଏବଂ ଦୁର୍ବଳ ସେଂଟରିଂ ଫଳରେ ଏପରି ଅଭାବନୀୟ ଘଟଣା ଘଟିଥିବାର ଜଣାପଡୁଛି।

0
0
0
s2sdefault