ହେଡଲାଇନସ୍:

ପଞ୍ଚମ ବିବାହକୁ ବିରୋଧ ହେଲା କାଳ : ଭିଣୋଇ ଭୁଜାଲି ଚୋଟରେ ଶଳାର ମୃତ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଆଜି ସକାଳେ ଗ୍ରାମାଂଚଳ ଥାନା ଧନଟୋଲା ସହିଦାବାଦ ଗାଁରେ ଘଟିଛ ହତ୍ୟାକାଣ୍ଡ । ଭିଣୋଇର ପଞ୍ଚମ ବିବାହକୁ ବିରୋଧ ନେଇ ଶଳା ଓ ଭିଣୋଇ ମଧ୍ୟରେ ଲାଗିରହିଥିଲା ବିବାଦ ଯାହା ଆଜି ଉଗ୍ର ରୂପ ନେଇଥିଲା | ଆଜି ସକାଳେ ଉଭୟଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଶଳାକୁ ଭୁଜାଲିରେ ଆକ୍ରମଣ କରିଥିଲା ଭିଣୋଇ ଫଳରେ ଘଟଣାସ୍ଥଳରେ ଶଳାର ମୃତ୍ୟୁ ହୋଇଥିଲା । ହତ୍ୟା ପରେ ଭିଣୋଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗିରଫ କରିଛି | ଘଟଣା ପରେ ଚାପା ଉତ୍ତେଜନା ଥିବାରୁ ଗୋଟେ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି | ତେବେ ଏହି ହତ୍ୟା ଘଟଣାର ଅସଲ କାରଣ ପୁଲିସ ଖୋଜୁଥିବା ଵେଳେ , ଏହା ପଛରେ ଅନୈତିକ ସଂପର୍କ ଥିବା ଆଲୋଚନା ହେଉଛି ।

0
0
0
s2sdefault