ହେଡଲାଇନସ୍:

 ବାଇକ୍ -ଟେମ୍ପୋ ଧକ୍କାରେ 3ଜଣ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ଥାନାର ବେଲଡ଼ିହି-କଦଳୀଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଚାରବାଟୀ ଗ୍ରାମ ନିକଟରେ ଶୁକ୍ରବାର ସଂନ୍ଧ୍ୟା ରେ ଏକ ବାଇକ ସହିତ ଗୋଟିଏ ଟାଟା ଟେମ୍ପୋର ମୁହାଁ ମୁହିଁ ଧକ୍କା ହୋଇଛି l ଫଳରେ ବାଇକ ରେ ଥିବା 3ଜଣ ଯୁବକ ଆହତ ହୋଇଛନ୍ତି l ସେମାନେ ହେଲେ ରେଢ଼ାଖୋଲ ଥାନା କେନ୍ଦୁଖୁପୁଲି ଗ୍ରାମର ଅରୁଣ ଧଳ (30) ବିଜୟ ଦେହୁରୀ (35) କୁନୁ ମୁଣ୍ଡା (40) | ଗ୍ରାମ ବାସୀ ସେମାନଙ୍କୁ ଉଦ୍ଧାର କରି ଚିକିସା ପାଇଁ ରେଢ଼ାଖୋଲ ଡ଼ାକ୍ତର ଖାନାକୁ ଆଣିଥିଲେ l ହେଲେ ଅରୁଣ ଓ କୁନୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି | ଦୁର୍ଘଟଣା ସମ୍ପର୍କରେ ଥାନା ରେ କେହି ଏ ପର୍ଯ୍ୟନ୍ତ କେହି ଅଭିଯୋଗ ଦେଇନାହାନ୍ତି ବୋଲି ପୁଲିସ କହିଛି |

0
0
0
s2sdefault