ହେଡଲାଇନସ୍:

ବିଧବା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି ) - ବାରିପଦା ପୌରପରିଷଦର ୱାଡର଼୍ ନଂ-୨୨ ରଘୁନାଥପୁର ଅଞ୍ଚଳରେ ଆଜି ପ୍ରାତଃରେ ମୁକ୍ତା ସିଂ(୬୩) ନାମକ ଏକ ବିଧବା ମହିଳାଙ୍କ ମୃତ ଦେହ ଗଛର ଡ଼ାଳରେ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇବା ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁର କାରଣ ଆଦି ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଦେଇଥିବାର ଜଣାପଡ଼ିଛି । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ସ୍ୱାମୀ ମଙ୍ଗଲ ସିଂଙ୍କ ମୃତୁ୍ୟରେ ସ୍ତ୍ରୀ ମୁକ୍ତା ନିଜର ମାନସିକ ସନ୍ତୋଳନ ହରାଇ ବସିଥିଲା । ଫଳରେ ନିଜର ଶରୀରର ସଠିକ୍ ଯତ୍ନ ନେଇ ନପାରି ଆସ୍ତେଆସ୍ତେ ରୋଗଗ୍ରସ୍ତ ହୋଇପଡ଼ିଥିଲା । ଗତ ମଙ୍ଗଳବାର ଖାଇପିଇ ନିଜ ଘରେ ପୁଅ ସହିତ ବିଶ୍ରାମ ନେଉଥିଲା । କିନ୍ତୁ ଆଜି ତାଙ୍କ ଘର ପାର୍ଶ୍ୱରେ ରହିଥିବା ଏକ ଗଛର ଡ଼ାଳରେ ଲୁଗା ସହାୟତାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ଅଥବା ହତ୍ୟା ତାହା ସ୍ପଷ୍ଟ ହୋଇଯିବ ।

0
0
0
s2sdefault