ହେଡଲାଇନସ୍:

ହେଇ ଦେଖନି ......ଏଇ ଖାକି ବାବୁ ବି ନାଂଚୁଆ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିଜିଲାନ୍ସ ଯନ୍ତାରେ ପୁଣି ଏକ ଲାଞ୍ଚୁଆ ପୁଲିସ କର୍ମଚାରୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ସ୍ୱଚ୍ଛ ନିର୍ମଳ ମୁଖ୍ୟମନ୍ତ୍ରୀ ତଥା ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କାର ପ୍ରାପ୍ତ ତଥା ଓଡ଼ିଶାର ସ୍ୱଚ୍ଛ ନିର୍ମଳ ମୁଖ୍ୟମନ୍ତ୍ରୀ  ନବୀନଙ୍କ ହାତରେ ରହିଥିବା ଗୃହ ବିଭାଗରେ କାର୍ଯ୍ୟରତ ପୁଲିସ କର୍ମଚାରୀମାନଙ୍କ ସ୍ୱଚ୍ଛତା ଉପରକୁ ଅଙ୍ଗୁଳି ଉଠିଛି । ପୁଲିସ କର୍ମଚାରୀମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ରକ୍ଷକ ସାଜି ଭକ୍ଷକ ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ଆଉ ସରକାରରେ କଳଙ୍କ ଲଗାଉଛନ୍ତି । ଖାକି ପୋଷାକ ପିନ୍ଧିବା ସମୟରେ ନେଇଥିବା ଶପଥକୁ ଭୂଲି ଲାଞ୍ଚମିଛରେ ଡ଼ୁବି ରହି ବର୍ଦ୍ଧିର ବିଶ୍ୱସନୀୟତାକୁ କଳଙ୍କିତ କରୁଛନ୍ତି । ଏହି ପ୍ରକାରର ଲାଞ୍ଚୁଆ ପୁଲିସକୁ ଉଚିତ ଶିକ୍ଷା ଦେବା ନିମନ୍ତେ କେତେକ ସଚେତନ ନାଗରିକ ଆଗେଇ ଆସିବା ଫଳରେ ଏମାନେ ଭିଜିଲାନ୍ସ ଯନ୍ତାରେ ପଡ଼ି କଲବଲ ହେବାରେ ଲାଗିଛନ୍ତି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଚଳିତ ଅକ୍ଟୋବର ୫ରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀ ଘନଶ୍ୟାମ ମଲ୍ଲିକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଥାନାର ଓଏପିଏଫ ଡ଼ମ୍ବରୁଧର ମୁର୍ମୁଙ୍କ ସହିତ ଜେଲ ଯିବା ଘଟଣାର ଠିକ୍ ପଞ୍ଚମ ଦିନରେ ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅନ୍ତର୍ଗତ ବଡ଼ଜାମବଣି ଫାଣ୍ଡିର ଏଏସଆଇ ଓ ବଡ଼ସାହି ବ୍ଲକ ମାଣିତ୍ରି ଅଞ୍ଚଳର ସନ୍ତୋଷ କୁମାର ବାରିକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ମୋରଡ଼ା ବ୍ଲକର ଡ଼ାକୋଇ ଅମରନାମା ଗ୍ରାମର କାନ୍ଦ୍ରା ମୁର୍ମୁୁ ଭାଲିଆଡ଼ିହା ଗ୍ରାମପଞ୍ଚାୟତର ଛାଡ଼କୋଟା ପୋଖରୀ(ବନ୍ଧ) ଲିଜ୍ ସୂତ୍ରରେ ନେଇ ମାଛ ଚାଷ କରିଥିଲେ । କାନ୍ଦ୍ରା ମୁର୍ମୁୁଙ୍କୁ ଉକ୍ତ ପୋଖରୀରେ ମାଛଚାଷ କରାଇ ନଦେବା ଉଦେ୍ଧଶ୍ୟରେ ସ୍ଥାନୀୟ କେତେକ ବ୍ୟକ୍ତି କାନ୍ଦ୍ରା ମୁର୍ମୁଙ୍କୁ ଆକ୍ରମଣ କରିବା ପରେ କଥା ବଡ଼ଜାମବଣି ଫାଣ୍ଡିରେ ପହଁଞ୍ଚିଥିଲା ଓ ମାମଲାକୁ ଫାଣ୍ଡି ଅଧିକାରୀ ଏଏସଆଇ ସନ୍ତୋଷ କୁମାର ବାରିକ ରଫାଦଫା କରାଇବା ପରେ ଭବିଷ୍ୟତରେ କୌଣସି ସମସ୍ୟା ଦେଖାଦେଲେ କାନ୍ଦ୍ରା ମୁର୍ମୁଙ୍କୁ ସୁରକ୍ଷା ଦେବେ ବୋଲି କହି ୫ ହଜାର ଟଙ୍କା ଲାଞ୍ଚ ସୂତ୍ରରେ ମାଗିଥିଲେ । କିନ୍ତୁ ଜଣେ ସଚେତନ ନାଗରିକ ଭାବେ କାନ୍ଦ୍ରା ମୁର୍ମୁ ଲାଞ୍ଚ କାରବାରକୁ ସହଜରେ ଗ୍ରହଣ କରିନପାରି ଭିଜିଲାନ୍ସର ଦ୍ୱାରସ୍ତ ହୋଇ ଯୋଜନା ପ୍ରସ୍ତୁତ କରିବା ପରେ ଆଜି ଅପରାହ୍ନ ୨ଟା ସମୟରେ ବଡ଼ଜାମବଣି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ବାରିକଙ୍କୁ ଭିଜିଲାନ୍ସରୁ ନେଇ ଯାଇଥିବା ରସାୟନିକ ରଙ୍ଗବୋଳା ୫ ହଜାର ଟଙ୍କା ଦେଇଥିଲେ । କାନ୍ଦ୍ରା ମୁର୍ମୁ କାର୍ଯ୍ୟରେ ସଫଳ ହୋଇଥିବାର ସଙ୍କେତ ପାଇବା ପରେ ପୂର୍ବରୁ ପୋଜିସନରେ ରହିଥିବା ଭିଜିଲାନ୍ସ ଟିମ ଅତର୍କିତ ଭାବେ ଫାଣ୍ଡି ଅଧିକାରୀ ସନ୍ତୋଷଙ୍କ ଉପରକୁ ଝାମ୍ପିପଡ଼ି କାବୁ କରିନେଇଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତଲାସୀ ନିଆଯାଇ କେମିକାଲ ବୋଳା ୫ ହଜାର ଟଙ୍କା ଜବତ କରାଯାଇଥିଲା । ଏଥି ସହିତ ଭିଜିଲାନ୍ସରେ ୪୪/୨୦୧୮ରେ ଏକ ମାମଲା ରଜୁ କରାଯାଇ  ତାଙ୍କୁ  ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିବା ବେଳେ ବାରିପଦା ୟୁନିଟର ଇନ୍ସପେକ୍ଟର ପ୍ରଦୀପ ସାମଲ, ବାଲେଶ୍ୱର ୟୁନିଟ ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, କନେଷ୍ଟବଳ ତରୁଣ ପାଲବାବୁ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

0
0
0
s2sdefault