ହେଡଲାଇନସ୍:

ଛି....ଛି....ଧିକ ତୁମ ମଣିଷ ପଣିଆ : ଏମିତି ପୁଅ ଜନ୍ମ କରିବାଠୁ ବାଞ୍ଝ ହେବା ଶହେ ଗୁଣେ ଭଲ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ/ ଗୌରାଙ୍ଗ ଚରଣ ଦାଶ  :- ବହୁ ଆଶାରେ ମାଁ ବାପା ସନ୍ତାନ କୁ ଜନ୍ମ ଦେଇଥାନ୍ତି । ପ୍ରତ୍ୟେକ ମାଁ ବାପା ସନ୍ତାନ ମାନଙ୍କୁ ନିଜର ସବୁ ସୁଖ କୁ ତ୍ୟାଗ କରି ପାଳନ ପୋଷଣ କରିବା ସହିତ ଏକ ଭଲ ମଣିଷ ଭାବରେ ସମାଜ ରେ ପ୍ରତିଷ୍ଠିତ କରାଇବା ପାଇଁ ବହୁ ସଂଘର୍ଷ କରିଥାନ୍ତି । ପ୍ରତିବଦଳରେ ସମସ୍ତ ଅଭିଭାବକମାନେ ଚାହାନ୍ତି ଯେ ତାଙ୍କର ସନ୍ତାନ ମାନେ ବୃଦ୍ଧବସ୍ଥାରେ ତାଙ୍କର ଯତ୍ନ ନେବେ ।କିନ୍ତୁ ଆଜିକାଲି ସବୁ ଓଲଟ ପାଲଟ  ହେଇଯାଉଛି । ମା ବାପା ମାନେ ନିଜର କର୍ତ୍ତବ୍ୟରେ ତିଳେ ମାତ୍ର ହେଲା କରୁଥିବାର ନଜର ନାହିଁ | ନିଜ ସାଧ୍ୟମତେ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି , ନିଜ ପେଟକୁ ମାରି, ପିଲାକୁ ଲାଳନ ପାଳନର କୌଣସି କମି କରନ୍ତି ନାହିଁ |  କିନ୍ତୁ ବୃଦ୍ଧ ମାତା ପିତା ବହୁ ଲୋକଙ୍କର ପାଇଁ ଅଲୋଡ଼ା ହେଇ ପଡିଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ଗଣ ମାଧ୍ୟମ ରେ ଏହିଭଳି ଖବର ନିଶ୍ଚିତ ଭାବରେ ସମସ୍ତଙ୍କୁ ଚକିତ କରୁଛି ଯେ ସନ୍ତାନ ମାନେ କିଭଳି ଭାବରେ ନିଜର ବୃଦ୍ଧ ମାତା ପିତାଙ୍କୁ ନିର୍ଯାତନା ଦେଉଛନ୍ତି ।

ଗତ ପ୍ରାୟ 1 ସପ୍ତାହ ତଳେ ପଇକମାଲ ଅଂଚଳର କିଛି ଯୁବକ ନୃସିଂହନାଥ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ସେହି ସମୟରେ ଜଣେ ବୃଦ୍ଧ କ୍ଷତାକ୍ତ ଅବସ୍ଥାରେ ଗୋଟିଏ ସ୍ଥାନରେ ବସିଥିବା ଦେଖି ସେମାଙ୍କର ମନରେ ସନ୍ଦେହ ସୃଷ୍ଟି ହେଇଥିଲା | ତେଣୁ ସେମାନେ ବୃଦ୍ଧଙ୍କର ପାଖକୁ ଯାଇ ତାର ଅବସ୍ଥା ବିଷୟରେ ପଚାରିବାରୁ ଜଣା ପଡିଲା ଯେ ବୃଦ୍ଧ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ଗୋଡ଼ଭାଗାର ଗୌରାଙ୍ଗ ଟିକ୍ରା ନିବାସୀ କୃଷ୍ଣ ସାହୁ | ବୟସ ପ୍ରାୟ 70 । ପରିବାରରେ 2 ପୁଅ ଓ 2ଝିଅ ଝିଅ ମାନେ ବିବାହିତ । ବଡ ପୁଅର ବିବାହ ମଧ୍ୟ ସରିଛି | ହେଲେ ପୁଅର ସ୍ତ୍ରୀ ତାକୁ ଛାଡ଼ି ତା ମାଁ ଘରେ ରହୁଛି । ବଡ଼ପୁଅ ପ୍ରତ୍ୟେକ ଦିନ ମଦ ପିଇ କୃଷ୍ଣଙ୍କୁ ଶାରୀରିକ ନିର୍ଯାତନା ଦେଇଥାଏ ବୋଲି କୃଷ୍ଣ କହିଛନ୍ତି  । ଦିନେ ବୃଦ୍ଧ କୃଷ୍ଣଙ୍କର ବଡ଼ପୁଅ ରାଜୁ ମଦ୍ୟପାନ କରି ପ୍ରଚୁର ମାଡ ମାରିବା ସହିତ ଘରୁ ତଡି ଦେଇଥିଲା । ବୃଦ୍ଧ କୋଣସି ମତେ ଆହତ ଅବସ୍ଥାରେ ପଦ୍ମପୁରକୁ ଚାଲି ଆସିଥିଲା । ପଦ୍ମପୁରର କିଛି ସହୃଦୟ ବ୍ୟକ୍ତି ବୃଦ୍ଧଙ୍କର ଏହି ଅବସ୍ଥା ଦେଖିବା ପରେ ତାକୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ଥିଲେ । ଏହାପରେ ବୃଦ୍ଧ ଜଣକ ନୃସିଂହନାଥ ମନ୍ଦିର କୁ ଆସିଥିଲା ମନ୍ଦିରରେ 2 ଦିନ ରହିବା ପରେ ତାକୁ ପଇକମାଲର ଯୁବକ ମାନେ ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନାକୁ ଆଣିବା ସହିତ ଥାନା ଅଧିକାରୀଙ୍କର ସହିତ ଯୋଗାଯୋଗ କରି କସ୍ତୁରବା ଗାନ୍ଧୀ ମାତୃନିକେତନରେ କିଛିଦିନ ରଖିବା ପରେ ଆଜି ବିଜେପୁର ବ୍ଲକର ସମଳେଇପଦର ବୃଦ୍ଧାଶ୍ରମକୁ ନେଇ ଛାଡିଥିଲେ ।

 ତେବେ ଏଠି ଏକ ବିରାଟ ପ୍ରଶ୍ନ ଯେ ସତରେ କଣ କୋଣସି ପୁଅ ନିଜର ପିତାକୁ ଏହିପରି ନିର୍ମମ ଭାବରେ ପିଟି ପାରେ ? ଆଜିକାର ସମାଜରେ ସତରେ କଣ ବୃଦ୍ଧ ମାତାପିତାଙ୍କ ସନ୍ତାନ ପାଖରେ ସମୟ ନାହିଁ , ଯେ କୋଣସି ଲୋଭରେ ହେଉ ବୃଦ୍ଧ ମାତାପିତାଙ୍କୁ ଦୁର୍ବ୍ୟବହାର କରିବା କଣ ଗୋଟେ ପରମ୍ପରା ରେ ପରିଣତ ହେବାକୁ ବସିଲାଣି ? ପାଇକମାଲର ଯୁବକ ବନ୍ଧୁ ଆଶୁତୋଷ ସାହୁ,ଆକାଶ ପାଣିଗ୍ରାହୀ ,ଆଶିଷ ଦାସ ,ମନୋଜ ପ୍ରଧାନ ,ବିକି କାଲିଆ ,ଡ଼ ସୁନୀଲ ନାଗ ,କୃଷ୍ଣ ଅଗ୍ରବାଲ ,ଧର୍ମେନ୍ଦ୍ର ସିଂ ପ୍ରମୁଖ ବୃଦ୍ଧ କୃଷ୍ଣ ସାହୁଙ୍କୁ ଉଦ୍ଧାର କରିବା ଠାରୁ ସମଳେଇପଦର ବୃଦ୍ଧାଶ୍ରମ ରେ ଥଇଥାନ ପର୍ଯନ୍ତ ସମସ୍ତ ଦାୟିତ୍ୱ ଅତି ଯତ୍ନବାନ ଭାବରେ ତୁଲାଇ ଥିବାରୁ ଯୁବକ ବନ୍ଧୁ ମାନଙ୍କୁ ସାଧୁବାଦ ।। ଯେଉଁଠି ପୁଅ ଗୋଡ଼ରେ ଆଡେଇଦେଲା, ସେଠି ଏଇମାନେ ତ ତାଙ୍କର ନିଜର | ଆଉ ଗୋଟେ କଥା, ପୁଅଝିଅ ଜନ୍ମ କରିବ କାହିଁକି ??? ଏମିତି ପୁଅ ଜନ୍ମ କରିବା ଠୁ ବାଞ୍ଝ ହେବା ଶହେ ଗୁଣେ ଶ୍ରେୟସ୍କର | 

0
0
0
s2sdefault