ହେଡଲାଇନସ୍:

ବଡ଼ବିଲରେ ପୁଣି ଆଦିବାସୀ ନାବାଳିକାକୁ ଦୁଷ୍କର୍ମ : ଜେଲ ଗଲା ଅଭିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଡ଼ବିଲ : ବଡ଼ବିଲରେ ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତ ଜଣକ ହେଉଛି ବଡ଼ବିଲ ସେଡ଼ିଙ୍ଗ ବସ୍ତି ଅଂଚଳର ଗଦା ସିଂ | ଗତ ୪ ତାରିଖ ରାତି ୧୦ଟା ବେଳେ ଅଭିଯୁକ୍ତ  ଗଦା ପୀଡିତା ବା ନାବାଳିକାକୁ ନିକଟସ୍ଥ ଜଙ୍ଗଲ ଅଂଚଳକୁ ନେଇ ଦୁଷ୍କର୍ମ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା | ଏ ନେଇ ଶନିବାର  ପୀଡିତା ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା | ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରାଇବା ପରେ କୋର୍ଟ ଚାଲାଣ କରିଛି |

0
0
0
s2sdefault