ହେଡଲାଇନସ୍:

ମଦଭାଟି ଡକାୟତି ମାମଲା :୩୨ ହଜାର ଟଙ୍କା ସମେତ ୩ ମୁଖ୍ୟ ଅଭିଯୁକ୍ତ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଟିଟିଲାଗଡ଼,(ସୁନୀଲ ବେହେରା ) ଟିଟିଲାଗଡ଼ ଥାନା ଅଧିନସ୍ଥ ଲୁଥୁରବନ୍ଧ ଓ ପେଣ୍ଡରାପଦର ଘଟିଥିବା ଡକାୟତୀ ଘଟଣାର ୩ ଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୨ ହଜାର ଟଙ୍କା, ତିନୋଟି ଭଙ୍ଗା ତାଲା, ଦୁଇଟି ମୋବାଇଲ, ଗୋଟିଏ ଲାଠି ଓ ଡକାୟତିରେ ବ୍ୟବହୁତ ଏକ ନମ୍ବର ବିହୀନ ଅଟୋରିକ୍ସାକୁ ଉଦ୍ଧାର କରିଥିବା ନେଇ ଆଜି ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ପ୍ରକାଶ ଯେ ଉଭୟ ଦେଶୀ ମଦଭାଟିରେ ଗତ ୨୮ ତାରିଖ ବିଳମ୍ବିତ ରାତ୍ରୀରେ ୭ ଜଣ ଦୁବୁର୍ତ୍ତ ଏକ ଅଟୋ ରିକ୍ସାରେ ଆସି ପ୍ରଥମେ ଲୁଥୁର ବନ୍ଧ ମଦଭାଟି ପାଚେରୀ ଡେଇଁ କର୍ମଚାରୀ ମାନଙ୍କୁ ମାଡ଼ ମାରିବା ସହ ଗୋଟିଏ କୋଠରୀରେ ସମସ୍ତଙ୍କ ବନ୍ଦ କରି ଦେଇଥିଲେ । ପରେ ମଦଭାଟିର ମୁଖ୍ୟ କୋଠରୀ ଗୁଡ଼ିକର ତାଲାଭାଙ୍ଗି ୫୨ ହଜାର ଟଙ୍କା ନଗଦ, ୧୨ଟି କ୍ୟାରେଟରେ ଭର୍ତ୍ତି ରହିଥିବା ୭୨ ହଜାର ଟଙ୍କାର ମଦ ପାଉଚ ଓ ଗୋଟିଏ ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏହି ଘଟଣାର ପ୍ରାୟ ଅଧ ଘଣ୍ଟା ପରେ ଦୁବୁର୍ତ୍ତ ମାନେ ପେଣ୍ଡରାପଦର ମଦ ଭାଟିରେ କର୍ମଚାରୀଙ୍କୁ ଅନୁରୁପ ଭାବେ ମାଡ଼ ମାରି ନଗଦ ୯ ହଜାର ଟଙ୍କା, ଗୋଟିଏ ମୋବାଇଲ, ଲୁଗାପଟା ଓ ବିଭିନ୍ନ କାଗଜାତ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କରେ ଅଭିଯୋଗ ପାଇ ଏକ ମାମଲା ରୁଜୁ କରିବା ସହ  ବିଭିନ୍ନ ସ୍ଥାନରେ ଚଢଉ କରି ପୁଲିସ ତଦନ୍ତ ଜାରୀ ରଖିଥିଲା । ପୁଲିସ ସର୍ବପ୍ରଥମେ ଡକାୟତୀ ଘଟଣାରେ ବ୍ୟବହୁତ ନମ୍ବର ବିହୀନ ଏକ ନୂତନ ଅଟୋ ରିକ୍ସାକୁ ଠାବ କରିବାରେ ସଫଳ ହୋଇଥିଲା । ସନେ୍ଦହରେ ଦୁଇ ଜଣଙ୍କୁ ଅଟକ ରଖି ଜେରା ଚଲାଇଥିଲା । ତେବେ ଆଜି ଭୋର ୪ଟା ସମୟରେ ଅଭିଯୁକ୍ତ ମାନେ ଟିଟିଲାଗଡ଼ ବ୍ଲକ ବାଲପଦର ଗ୍ରାମରୁ ଏକ ଅଟୋ ରିକ୍ସାରେ ଘୋଡ଼ାର ଆସୁଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଘୋଡ଼ାର ବି୍ରଜ ନିକଟରେ ପୁଲିସ ଛପି ରହିଥିଲା । ଅଭିଯୁକ୍ତ ମାନେ ଆସିବା କ୍ଷଣିକ ପୁଲିସ ଅଟୋକୁ ଘେରି ପକାଇ ବାଲପଦର ଗ୍ରାମର ନାଥ ସେଲମା (୪୦) ଓ ସୁଦାମ ନାଗ (୩୫) କର୍ନଲା ଗ୍ରାମର ଦେବୀ ଛତର (୨୮) ପ୍ରମୁଖ ତିନି ଜଣ ଅଭିଯୁକ୍ତକୁ ଧରିବା ସହ ସେମାନଙ୍କ ଠାରୁ ନଗଦ ୩୨ ହଜାର ଟଙ୍କା, ୬ କ୍ୟାରେଟ ମଦ ପାଉଚ, ତିନୋଟି ଭଙ୍ଗା ତାଲା, ଗୋଟିଏ ଲାଠି ଓ ଲୁହା ରଡ ଜବତ କରି ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ତାଙ୍କ ଅପରାଧ ସ୍ୱୀକାର କରିଥିଲେ ବୋଲି ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଓ ଏସଆଇ ସରୋଜ ରଥ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ନିତୀନ ଦଲେଇକୁ ଗତ ୫ ତାରିଖ ଦିନ ଅନ୍ୟ ଏକ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଜଣାଇଥିଲେ । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ସାମ୍ବାଦିକ ସମ୍ମିଳନୀ ପରେ କୋର୍ଟ ଚାଲାଣ କରାଯାଇଛି । ୩ ଜଣ ଅଭିଯୁକ୍ତଙ୍କୁ ସବ୍ ଜଜଙ୍କ ନିକଟରେ ହାଜର କରାଯାଇ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ତେବେ ଫେରାର ରହିଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ମଧ୍ୟ ଖୁବ ଶୀଘ୍ର ଗିରଫ ହେବେ ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି ଜଣାଇଛନ୍ତି ।   

0
0
0
s2sdefault