ହେଡଲାଇନସ୍:

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମେଦନା ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମରେ ଜଣେ ବୃଦ୍ଧ ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ମାଳି ଗୁଡା ଗ୍ରାମ ର ଦିନୁ ପାଇକ ( ୬୦) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ମାଳି ଗୁଡା ଗ୍ରାମ ର ଦିନୁ ପାଇକ (୬୦) ଗତ କାଲି ବୁଧବାର ପୂର୍ବାହ୍ନ ରେ ନିଜ ଘର ରୁ ବାହାରି ଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଦିନୁ ପାଇକ କୁ ଗ୍ରାମ ଓ ନିଜ ପରିବାର ବର୍ଗ ରେ ଖୋଜା ଖୋଜି କରିଥିଲେ। ଆଜି ସକାଳ ୬ ଘଣ୍ଟ ସମୟରେ ଦିନୁ ପାଇକ ର ପୁଅ ମାନ ସାଏ ପାଇକ ଘର ଠାରୁ ୩୦୦ ମିଟର ଦୂରରେ ଥିବା ତାଙ୍କ ନିଜ ପୋଖରୀ ହୁଡ଼ା ରେ ବାପା ଦିନୁ ଙ୍କ ପିନ୍ଧିଥିବା ଗାମୁଛା ଓ ଗଞ୍ଜି ପୋଖରୀ ହୁଡାରେ ପଡିଥିବା ଦେଖିଥିଲେ। ଏଥିରେ ବାପା ପୋଖରୀ ରେ ଶୌଚ ପାଇଁ ଆସି ବୁଡି ଯାଇଥିବା ଅନୁମାନ କରି ଡାବୁଗାଁ ଥାନାରେ ଆଜି ଏତଲା ଦେଇଥିଲେ। ପୁଲିସ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଖରୀ ମଧ୍ୟରୁ ଦିନୁ ପାଇକ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏ ନେଇ କେସ ନ ୩୪/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରିଥିଲେ। ପରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏସ ଆଇ ବିଜୁରାମ ବାଘ ଘଟଣା ର ତଦନ୍ତ କରୁଛନ୍ତି।

0
0
0
s2sdefault