ହେଡଲାଇନସ୍:

ମାତିଛନ୍ତି ମଦୁଆ, ବଢୁଛି ଚୋରା ମଦ କାରବାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର/ନିରୋଜ ମିଶ୍ର : ଏହି ଅଞ୍ଚଳ ଦେଇ ପ୍ରାୟ ଦଶରୁ ଉର୍ଦ୍ଧ ଗାଁ ର ଲୋକ  ଯିବା ଆସିବା କରନ୍ତି । ଏହି ରାସ୍ତା ଦେଇ ଅନେକ ଲୋକ  ସ୍କୁଲ କଲେଜ ବ୍ଯାଙ୍କ ଅଫିସ ଦିନ ମଜୁରିଆ ଖଟିଖିଆ ଗରିବ ଆଦିବାସୀ ମହିଳା  ସମସ୍ତେ ନିର୍ଭର କରନ୍ତି କିନ୍ତୁ ଏହି ଅଞ୍ଚଳ ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି |

ଏହି ଅଞ୍ଚଳରେ ସକାଳ ଆଠ ଘଣ୍ଟା ସମୟରୁ ହିଁ ରାସ୍ତା କଡ଼ରେ, ଖେଳ ପଡିଆରେ, ନାଳ, ବିଭିନ୍ନ ଗଛ ମୂଳରେ ମଦର ଆସର ଜମିଯାଏ । ସନ୍ଧ୍ୟା କଥା ନ କହିଲେ ଭଲ । ସେଠାରୁ  ଆରମ୍ଭ ହୁଏ ମାଷ୍ଟର ପ୍ଳାନ କେଉଠୁ ଆଦାୟ ହେବ ଟଙ୍କା, କେଉଠୁ ଆସିବ ମଦ, କେଉଠାରେ ଳୁଟପାଟ ହେବ ବିଭିନ୍ନ କଥା ।ଏହି ଅଞ୍ଚଳରେ ଅନେକ ସମୟରେ ଲୋକେ ହନ୍ତସନ୍ତ ହେଉଛନ୍ତି ଯିବା ଆସିବା ସମୟରେ ଅସୁରକ୍ଷିତ ମନେ କରୁଛନ୍ତି । ଆପଣମାନେ ଜାଣିଥିବେ ଗାଡ଼ି ରୁ ବେଟ୍ୟାରି ଚୋରି ଘଟଣା, ବନ୍ଧୁକ ରୁ ଗୁଲି ଚାଳନା, ଲୋକ ଯିବା ଆସିବା ସମୟରେ ନିଶାସକ୍ତ ଅବସ୍ଥାରେ ଦୃବ୍ୟବହାର, ନାରୀ ମାନଙ୍କୁ କମେଣ୍ଟ ମାରିବା, ଦୂରଦୂରାନ୍ତରୁ ଟ୍ରେନ୍ ରେ ଆସୁଥିବା ଯାତ୍ରୀ ମାନଙ୍କୁ ହଇରାଣ ହରକତ କରିବା ଏବେ ରେଲୱେ ଷ୍ଟେସନ ରୁ ଖୁଜେନପାଲି ଯିବା  ରାସ୍ତା ରେ ଳୁଟପାଟ (ଡକାୟତି) କରୁଥିବାର ଅଭିଯୋଗ ନଜରକୁ ଆସୁଛି । ଏହା ଜିଲ୍ଲା ପାଇଁ ଲଜ୍ଜିତ ଘଟଣା । ଏହାକୁ ସଚେତନ ନାଗରିକ, ଜିଲ୍ଲା ପ୍ରଶାସନ,ପୁଲିସ ପ୍ରଶାସନ,ଅବକାରୀ ବିଭାଗ ଓ  ରେଳବାଇ ବିଭାଗ ପକ୍ଷରୁ  ଦୃଷ୍ଟିରେ ରଖି  ଏହାର ପ୍ରତିକାର କରାନଗଲେ ଅଡୁଆ ପରିସ୍ଥିତି ସୃଷ୍ଟି ହେଇପାରେ । ଏଣୁ ଏହି ଅଞ୍ଚଳରେ ସଦର ପୋଲିସ/ଟାଉନ ପୋଲିସ/ ଅବକାରୀ ବିଭାଗ/ରେଳବାଇ ପୋଲିସ ପକ୍ଷରୁ ପେଟ୍ରୋଲିଂ ବ୍ଯବସ୍ଥା କଡାକଡି କରିବାକୁ ଅନୁରୋଧ । 

0
0
0
s2sdefault