ହେଡଲାଇନସ୍:

ଡାବୁଗାଁ ସାପ୍ତାହିକ ହାଟରେ ଆତଙ୍କ, ଫିଲ୍ମ ଷ୍ଟାଇଲ ରେ ଦିନ ଦ୍ଵିପହରରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ଲୁଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୧୦ ରୁ ଉର୍ଦ୍ଧ ମୁଖାଧାରି ଲୁଟେରା ଅଟୋ ଓ ବାଇକ୍ ରେ ଖଣ୍ଡା,ଭୁଜାଲି ବୁଲାଇ ଲୁଟି ନେଲେ ଟଙ୍କା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୨/୧୧/୨୩ :ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ ଆଜି ଦିନ ଦ୍ଵିପହରରେ ଫିଲ୍ମ ଷ୍ଟାଇଲ ରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଛି।ଦିନ ପ୍ରାୟ ସାଢେ ୧ ଘଣ୍ଟ ସମୟରେ ବାଇକ୍ ଓ ଅଟୋ ରେ କଳା ମୁଖା ପିନ୍ଧି ୧୦ ରୁ ଉର୍ଦ୍ଧ ଲୁଟେରା ହାତରେ ଖଣ୍ଡା,ଭୁଜାଲି, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଆନ୍ଧ୍ରର ଏକ ଗୋରୁ ବେପାରୀ ଠାରୁ ଏତେ ପରିମାଣର ଟଙ୍କା ଲୁଟ କରିଛନ୍ତି। ଏକ କାଚ ଗ୍ଲାସ୍ ବନ୍ଦ ବୋଲେରୋ ମଧ୍ୟରେ ଥିବା ଏହି ଟଙ୍କା କୁ ଗାଡିର କାଚ ଗ୍ଲାସ୍ ଭାଙ୍ଗି ଲୁଟେରା ମାନେ ତିନୋଟି ବ୍ୟାଗ ରେ ଥିବା ୨୮ ଲକ୍ଷ ୬୦ ହଜାର ଟଙ୍କା ନେଇ ଯାଇଛନ୍ତି।ଏହି ସମୟରେ ବୋଲେରୋ ନିକଟରେ ଥିବା ନବରଙ୍ଗପୁର ର ଏକ ଗୋରୁ ବେପାରୀ ମେହେବୁବ୍ ସରିଫ୍ ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଲୁଟେରା ମାନ ଖଣ୍ଡା ରେ ବାମ ଗୋଡ କୁ ହାଣି ଦେଇ ସେଠାରୁ ଚାଲିଗଲେ। ଅଧିକାଂଶ ଲୁଟେରା ଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଦେଖଣା ହାରି କହିଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଡାବୁଗାଁ ଗୁରୁବାର ସାପ୍ତାହିକ ହାଟରେ ଗୋରୁ କିଣିବା ପାଇଁ ଆନ୍ଧ୍ର ପ୍ରଦେଶ ବିଜୟନଗରମ କତୁ ବାଲସା ଗ୍ରାମର ଗୋରୁ ବେପାରୀ ନାଇଡ଼ୁ ରଙ୍ଗାଲି (୩୩) ଲକ୍ଷାଧିକ ଟଙ୍କା ଧରି ଏକ ବୋଲେରୋ ନ (ଏପି ୩୯ ଟି ଜେଡ ୬୪୭୭) ଯୋଗେ ଡାବୁଗାଁ ଆସିଥିଲେ। ବୋଲେରୋ ରେ ଡ୍ରାଇଭର ସହ ଅନ୍ୟ ତିନି ଜଣ ସାଥୀ ହୋଇ ଆସିଥିଲେ। ଡାବୁଗାଁ ସାପ୍ତାହିକ ହାଟ ରେ ବୋଲେରୋ କୁ ଗୋଟିଏ ସ୍ଥାନରେ ରଖି ଚାରି ପଟ କାଚ ବନ୍ଦ ( ଲକ୍) କରି ଗୋରୁ ବେପାରୀ ନାଇଡୁ ବୋଲେରୋ କୁ ଅଳ୍ପ ଦୂରରେ ରଖି ଗୋରୁ କ୍ରୟ କରିବା ପାଇଁ ଗାଡିରୁ ଓହ୍ଲାଇ ଥିଲେ। ଗାଡିର ସମସ୍ତେ ଡୋର ବନ୍ଦ କରି ନାଇଡ଼ୁ ଗୋରୁ କ୍ରୟ କରୁଥିଲେ। ଗାଡି ମଧ୍ୟରେ ତିନୋଟି ବ୍ୟାଗ ରେ ୨୮ ଲକ୍ଷ ୬୦ ହଜାର ଟଙ୍କା ରଖିଥିଲେ। ତେବେ ଦିନ ପ୍ରାୟ ସାଢେ଼ ୧ ଘଣ୍ଟ ସମୟରେ ହଠାତ୍ ଏକ ଅଟୋ ରେ ୧୦ ରୁ ଉର୍ଦ୍ଧ କଳା ମୁଖା ପିନ୍ଧିଥିବା ଲୁଟେରା ମାନେ ହାତରେ ବନ୍ଧୁକ, ଖଣ୍ଡା,ଭୁଜାଲି, ଓ ବିଭିନ୍ନ ମାରଣାସ୍ତ୍ର ଧରି ବୋଲେରୋ ନିକଟରେ ପହଞ୍ଚି ଥିଲେ। ହଠାତ୍ ବୋଲେରୋ ର ସମ୍ମୁଖ କାଚ ଓ ପ୍ରବେଶ କାଚ ଗୁଡ଼ିକୁ ଭାଙ୍ଗି ଦେଇଥିଲେ। ବୋଲେରୋ ମଧ୍ୟରେ ଥିବା ଟଙ୍କା ଭର୍ତି ତିନୋଟି ବ୍ୟାଗ କୁ କାଡ଼ି ନେଇଥିଲେ। ବୋଲେରୋ ର ଚକା ଗୁଡ଼ିକ ର ହାୱା କାଡି ଦେଇଥିଲେ। ଏହା ଦେଖି ନବରଙ୍ଗପୁର ର ଜଣେ ଗୋରୁ ବେପାରୀ ମେହେବୁବ ସରିଫ (୪୮) ଲୁଟେରା ମାନଙ୍କୁ ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଖଣ୍ଡା ରେ ଡାହାଣ ଗୋଡ କୁ ଆଘାତ ଦେଇଥିଲେ। ଖଣ୍ଡା , ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ର ଧରିଥିବାରୁ ଲୁଟେରା ମାନଙ୍କ ନିକଟରେ କେହି ଯିବାକୁ ଭୟ କରିଥିଲେ। ଏହାପରେ ବାଇକ୍ ରେ ତିନି ଜଣ ଆସି ଲୁଟ ହୋଇଥିବା ଟଙ୍କା ବ୍ୟାଗ କୁ ଧରି ସେଠାରୁ ଚଂପଟ ମାରିଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ଫିଲ୍ମ ଷ୍ଟାଇଲ ରେ ଏହି ଲୁଟ ହୋଇଥିବାରୁ ଲୋକେ କଣ ହେଲା ଜାଣିବା ପୂର୍ବରୁ ଲୁଟେରା ମାନେ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଥିଲେ। ଏ ନେଇ ଲୁଟ୍ ର ଶିକାର ହୋଇଥିବା ଆନ୍ଧ୍ର ପ୍ରଦେଶ ର ଗୋରୁ ବେପାରୀ ନାଇଡୁ ରଙ୍ଗାଲି ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault