ହେଡଲାଇନସ୍:

ନିଶା ଓ  ଚୋରି ଡକାୟତିର ପେଣ୍ଠ ସ୍ଥଳୀ l 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ: ସୁକିନ୍ଦା ଖଣିଅଂଚଳର ଚାରି ପାଞ୍ଚଟି ପଂଚାୟତ ଏବେ ଦେଶି ମଦ ଓ ଚୋରି ଡକାୟତିର ପେଣ୍ଠ ସ୍ଥଳରେ ପରିଣତ ହୋଇଛି l ମାଇନିଂ ସଂଲଗ୍ନ ମରୁଅlବିଲି ,ରଂlସୋଳ ,କାଙ୍କଡ଼ପାଳ ,କାଳିଆପାଣି ,ଚିଙ୍ଗୁଡ଼ିପାଳ ଏବଂ କଂସ ପଂଚାୟତରେ ଦିବାଲୋକରେ ଚୋରି ଡକାୟତି ଏବଂ ମଦ କାରବାର ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି l ପ୍ରତିଦିନ ଏ ଅଂଚଳର କୌଣସି ନାଁ କୌଣସି ଗାଁରେ ଦିନ ଦ୍ୱିପ୍ରହରରେ ଏସବୁ ଘଟଣା ଘଟି ଚାଲିଛି l ଏସବୁର ମୁଖ୍ୟ କାରଣ ହେଲା ଏହି ସବୁ  ପଂଚାୟତର  ଆଖପାଖ ଗାଁ ଗୁଡିକରେ ଅବାଧରେ ଦେଶି ମହୁଲି କାରବାର l ଅଧିକାଂଶ ଗାଁ ଗୁଡିକରେ ପ୍ରାୟ ଘରେ ଘରେ ମହୁଲି ମଦ କାରବାର କରାଚାଲିଛି l ବିଭିନ୍ନ ଅଂଚଳରୁ ଅନେକ ଅସାମାଜିକ ଲୋକ ଏହାର ଫାଇଦା ଉଠାଇ ମଦ କାରବାର କରୁଅଛନ୍ତି l ଉଭୟ ଜିଲ୍ଲା ପୋଲିସ ମାନଙ୍କର ନୀରବତା ଏବଂ ନିଷ୍କ୍ରିୟତା ଯୋଗୁଁ ଏହି କାରବାର ଅନେକ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି | ଫଳରେ ଗାଁ ଗାଁ ରେ ଝଗଡା ,ମାଡ଼ ପିଟ,କଳି ,ଚୋରି ଡକାୟତି ଏବଂ ପରସ୍ପର ଭିତରେ ହିଂସା ମନୋଭାବ ବୃଦ୍ଧି ପାଇବାରେ ଲାଗିଛି l ଏହି କାରଣରୁ ମଧ୍ୟ୍ୟ ଅନେକ ପରିବାରରେ ଅକାରଣରେ ଅଶାନ୍ତି ଏବଂ କଳିଝଗଡ଼ା ଲାଗିରହୁଛି l ଏହି ସବୁ କାରଣକୁ ଦେଖି ବୁଦ୍ଧିଜୀବୀ ମହଲରେ ଗଭୀର ଚିନ୍ତା ପ୍ରକଟ କରାଯାଇଅଛି l ଆସନ୍ତା ଦିନ ଗୁଡିକରେ ବେଳ ଥାଇ ଏହାର ପ୍ରତିକାର କରା ନ ଗଲେ ପିରିସ୍ଥିତି ଆହୁରି ସଙ୍କଟାପନ୍ନ ହୋଇ ପାରେ ବୋଲୀ ଆଶଙ୍କା କରାଯାଉଅଛି l

0
0
0
s2sdefault