ହେଡଲାଇନସ୍:

ଜାତୀୟ ରାଜପଥରେ ଟ୍ରେଲର, ଟ୍ରକ ମୁହାଁ ମୁହିଁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା 13/09/23 ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି 53 ନମ୍ବର ଜାତୀୟ ରାଜପଥ ଚେପଟଆମ୍ବ ଠାରେ ଆଜି 2 ଟା ସମୟରେ ଏକ ହାଇୱା (ଓଡି 15 ଡବ୍ଲୁ 5043 ଓ ଏକ ଟ୍ରେଲର (ଆର ଯେ 04 ଜି ଏ 5626 ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି l ଟ୍ରେଲର ଗାଡି ଟି ଦେବଗଡ଼ ପଟୁ ସମ୍ବଲପୁର ଦିଗକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ଗାଡି ସହ ଦୁର୍ଘଟଣା ହେବା ଫଳରେ ଘଟଣା ସ୍ଥଳରେ ହିଁ ଟ୍ରେଲର ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି l ଗାଡି ମାନଙ୍କରେ ଥିବା ଅନ୍ୟ ଆହତ ମାନଙ୍କୁ ଜମନକିରା ଅଗ୍ନିଶମ ବିଭାଗ, ଜମନକିରା ପୋଲିସ ଓ ସ୍ଥାନୀୟ ଜନ ସାଧାରଣ ଙ୍କ ସହଯୋଗ ରେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଯାଇଥିବା ଜଣା ପଡିଛି l ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାଳକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

0
0
0
s2sdefault