ହେଡଲାଇନସ୍:

ଲୋଇସିଂହା : ବିଜେଡି ଭିତରୁ ବିଦେଶୀ ହଟାଓ ଅଭିଯାନ , ଦଳୀୟ  ଫାଟ ଜଳଜଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର :  ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିରେ ଫଟା ଜଳଜଳ | ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଅସନ୍ତୋଷ ପ୍ରବଳ | ତାଙ୍କୁ ବିଦେଶୀ  ବୋଲି ଆଖ୍ୟା ଦେଇ ଲୋଇସିଂହା ବଞ୍ଚାଅ ଅଭିଯାନ ମୁଣ୍ଡ ଟେକିଛି | ଆଉ ଖିଡ ପୁଣି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ଆଗରେ ନିଜର ରୋଷ ବ୍ୟକ୍ତ କରିବା ପାଇଁ |

ଗତକାଲି  ଶନିବାରରେ ଲୋଇସିଂହା ବ୍ଲକ ବରମୁଣ୍ଡା ଗ୍ରାମରେ ଆୟୋଜିତ ହୋଇଥିଲା  ବିଜେଡିର ଦଳୀୟ ନୁଆଁ ଖାଇ ଭେଟଘାଟ୍ କାର୍ଯ୍ୟକ୍ରମ | ଏଇ କାର୍ଯ୍ୟକ୍ରମକୁ ଅଞ୍ଚଳର କୌଣସି ପୁରାତନ ବିଜେଡି କର୍ମୀଙ୍କୁ ବିଧାୟକ ଶ୍ରୀ ବେହେରା  ନିମନ୍ତ୍ରଣ କରିନଥିଲେ । ତେଣୁ ସ୍ଥାନୀୟ ନେତାଙ୍କ ଅଭିଯୋଗ ଯେ ଶ୍ରୀ ବେହେରା  କରିବେ କଣ, ସେ ବିଜେଡି କର୍ମୀଙ୍କୁ ହିଁ  ଜାଣି ନାହାନ୍ତି । ବିଧାୟକ ଯୋଗେନ୍ଦ୍ର ବେହେରା ଏବଂ ତାଙ୍କ ପୁଅ ନିହାର ବେହେରାଙ୍କ କାର୍ଯ୍ୟ କଲାପରେ ଏକ ପ୍ରକାର  ଅତିଷ୍ଟ ହୋଇଯାଇଛନ୍ତି ବିଜେଡି କର୍ମୀ ଓ ନେତା | ଆଉ ସେଠି ପାଇଁ ଏକ ପଟୁଆରରେ  ବିଜେଡି କର୍ମୀ ଓ ସାଧାରଣ ଭୋଟର ଷ୍ଟେଜ ସାମ୍ନାକୁ ଯାଇ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ପୂର୍ବତନ ସାଂସଦ ଏ ୟୁ ସିଂଦେଓ ଷ୍ଟେଜରେ ବସିଥିବା ସତ୍ତ୍ବେ ଶ୍ରୀ ବେହେରା ଙ୍କ ବିରୋଧରେ ନାରାବାଜି କରିଥିଲେ |

ହେଲେ କର୍ମୀଙ୍କ ଅସନ୍ତୋଷ ସହ ଦଳ ଭିତରୁ ଆଉ ଗୋଟିଏ କ୍ଷମତାଶାଳୀ ଗୋଷ୍ଠୀର ସମର୍ଥନ ବିଧାୟକ ଶ୍ରୀ ବେହେରାଙ୍କ ପଛରେ ବି ରହିଛି ବୋଲି ଚର୍ଚା ହେଉଛି |

0
0
0
s2sdefault