ଛେଳିଗଡ଼ ଗ୍ରାମରେ ଅଭାବନୀୟ ଘଟଣା : ଦାଣ୍ଡ କୂଅରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର ହତ୍ୟା ନା ଆତ୍ମହତ୍ୟା - ସନ୍ଦେହ ଘେରରେ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 


ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର . ଉଦୟଗିରି ବ୍ଳକ ଛେଳିଗଡ଼ ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ପ୍ରମୋଦ ଆଚାରୀଙ୍କ ଦୁଇ ଝିଅ ସ୍ୱପ୍ନା ଓ କିରନଙ୍କ ମୃତ ଦେହ ତାଙ୍କ ଘର ପାଶ୍ୱର୍ରେ ଥିବା କୂଅରେ  ଭାସୁଥିବା ଏବଂ ପରେ ପୋଲିସ ମୃତ ଦେହ ଦୁଇକୁ ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କ ସହାୟତା ରେ ଉଦ୍ଧାର କରିଛନ୍ତି । ଘଟଣାଟି ହତ୍ଯା ନା ଆତ୍ମହତ୍ୟା ତାହା   ସ୍ୱଷ୍ଟ  ହୋଇନଥିବା ବେଳେ କେଉଁ କାରଣରୁ ଦୁଇ ଭଉଣୀର ମୃତ୍ୟୁ ହୋଇଛି । ପାରିବାରିକ ଅଶାନ୍ତି ନା ପ୍ରେମ ବନିତ କାରଣକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି । ଏଇ ଘଟଣା କୁ ନେଇ ଘଟଣାର ବିଭିନ୍ନ ଦିଗକୁ ପୋଲିସ ଅନୁଧ୍ୟାନ କରିବା ସହ ଶବ ଦୁଇଟିକୁ ଜବତ  କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର  ସତ୍ୟାସତ୍ୟ  ଜଣାପଡିଯିବ ବୋଲି ପୋଲିସ ପକ୍ଷ ରୁ କୁହାଯାଇଛି।ଅନ୍ୟ ପକ୍ଷରେ ଘଟଣାକୁ  ନେଇ ପୋଲିସ  ଅଧିକ ଖୋଳତାଡ଼ ଆରମ୍ଭ କରିଦେଇ ଥିବା ଜଣାପଡିଛି

0
0
0
s2sdefault