ହେଡଲାଇନସ୍:

ଭୋପାଳରୁ ଓଡିଶା ମୁହାଁ ସିବିଆଇ,ଟାର୍ଗେଟରେ କିଛି ରାଜନେତା ଓ ଅଫିସର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର : କିଛି ଦିନ ନିରବ ରହିବା ପରେ ପୁଣି ନିଦରୁ ଉଠି ମାତିଛି ସିବିଆଇ | ଭୋଟ ପାଖେଇ ଆସିଥିବା ବେଳେ, ଏବେ ସିବିଆଇ ତାର ଫୁଲ ଦମ ଲଗାଇ କାମ ଦେଖାଇବାକୁ ଯାଉଛି | ଟାର୍ଗେଟ ଯଦିଓ ଓଡିଶା, ତଥାପି ନାଟକର ପ୍ରଥମ ଦୃଶ୍ୟ ଆରମ୍ଭ ହୋଇଛି ଭୋପାଳରୁ | ଭୋପାଳରୁ  ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଏମଡି ନିରଞ୍ଜନ ସକସେନାକୁ ଗିରଫ କରି ଓଡିଶା ମୁହାଁ ହୋଇଛି | ବହି ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡରୁ ଆରମ୍ଭ ହୋଇଛି ସିନା ଟାର୍ଗେଟରେ ଅଛନ୍ତି ଓଡ଼ିଶାର କିଛି ବିଜେଡି ନେତା |  ଭୋପାଳରୁ ନିରଞ୍ଜନକୁ ଗିରଫ କରିବା ପରେ ସିବିଆଇ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଆଣି ଭୁବନେଶ୍ବର ସ୍ପେସାଲ ସିଜିଏମ କୋର୍ଟରେ ହାଜର କରିଛି । ତା ସହ ନିଞ୍ଜନକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଯାଇଛି । ଆଉ ଏବେ ଗୋଟିଏ ଗୋଟିଏ ପୃଷ୍ଠା ଖୋଲି କିଛି ବିଧାୟକ ଓ କିଛି ମନ୍ତ୍ରୀଙ୍କୁ ଠିକଣା ଟାଇମରେ ବାନ୍ଧିବାର ଯୋଜନା କରି ଆସିଛି | ଆଉ ତାଲିକାରେ ଅଛନ୍ତି ଏଟି, ସିସୋର ଆଦି କିଛି ଚିଟ୍ଫଣ୍ଡ ସଂସ୍ଥାର ହିତାଧିକାରୀ ସାଜିଥିବା ନେତା ଅଫିସର | ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ଗିରଫଦାରୀ ହେବ ଜୋରଦାର !  ସୂଚନାଯୋଗ୍ୟ  ଓଡିଶାରେ ମଧ୍ୟ ନିରଞ୍ଜଜନ ତାଙ୍କ ଚିଟଫଣ୍ଡ ନେଟଓାର୍କ ଅବାଧରେ ଚାଳାଇ ଆସୁଥିଲେ । ପାଖାପାଖି ୧୦୦ କୋଟିରୁ ଉର୍ଧ ଟଙ୍କା ହଡପ କରିଥିବା ସିବିଆଇ ସୁତ୍ରରୁ ଜଣାପଡିଛି । ଏହାକୁ ନେଇ ନିରଞ୍ଜନଙ୍କ ସମେତ ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ନାରେ ବିଭିନ୍ନ ଥାନାରେ ମଧ୍ୟ ମାମଲା ଦାୟର ହୋଇଥିଲା । ଏ ସମସ୍ତ ଘଟଣାକୁ ନେଇ ସିବିଆଇ ସ୍କାନରରେ ଥିଲେ ନିରଞ୍ଜନ । ଭୋପାଳରୁ ନିରଞ୍ଜଜନକୁ ଗିରଫ କରିବା ପରେ ସିବିଆଇ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଆଣି ଭୁବନେଶ୍ବର ସ୍ପେସାଲ ସିଜିଏମ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ପରେ ନିରଞ୍ଜନକୁ ୧୪ ଦିନ ପାଇଁ ଜୁଡିସିଆଲ କୋଷ୍ଟିଡିକୁ ପଠାଯାଇଛି । ଏବେ ନିରଞ୍ଜନ ଝାରପଡା ଜେଲରେ ଅଛି । ପୂର୍ବରୁ ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଘଟଣାରେ କମ୍ପାନୀର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା । ତେବେ ନିଞ୍ଜନକୁ ଜେରା କରିବା ପାଇଁ ସିବିଆଇ ସମସ୍ତ ପ୍ରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ନିରମଲ ଇନଫ୍ରା ହୋମ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଘଟଣାରେ କିଏ କିଏ ସମ୍ପୃକ୍ତ । ରାଜନେତା, ପୋଲିସ, ସରକାରୀ ବାବୁମାନେବି ଏହି ଚିଟଫଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସିବିଆଇ ସୁତ୍ରରୁ ଜଣା ପଡିଛି । ନିରଞ୍ଜନରୁ ଆରମ୍ଭ ହୋଇ ଏ ଖେଳ ଧୀରେ ଧୀରେ କାହା ଆଡକୁ ମୁହାଁଇବ, ତୃତୀୟ ମହଲା...ନବୀନ ନିବାସ ଯେ ସିବିଆଇର ଏଇ କ୍ଳାଇମାକ୍ସ ମିଶନରେ ଟାର୍ଗେଟ ନହବ ସେକଥା କିଏ କହିପାରିବ !

0
0
0
s2sdefault