ହେଡଲାଇନସ୍:

ଦିବାଲୋକରେ ଡକାୟତି l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ : ଆଜି ଦିନ ସାଢେ ଏଗାରଟା ସମୟରେ ଯାଜପୁର ଏବଂ ଢେଙ୍କାନାଳ ସୀମାନ୍ତ ଗ୍ରାମ ଖରଖରି ଗାଁ ର ଶ୍ରୀ ମୁରଲୀ ମହାନ୍ତ ଏବଂ ଦୁର୍ୟୋଧନ ମହାନ୍ତ ଙ୍କ ଘରୁ ଡକାୟତି ହୋଇ ଯାଇଛି l ମୁରଲୀ ମହାନ୍ତ ଙ୍କ ଘରୁ ଗୋଟିଏ ସୁନା ହାର ଓ ଦଶହଜାର ଟଙ୍କା ନେଇ ଯାଇଥିବା ବେଳେ ଦୁର୍ୟୋଧନ ମହନ୍ତଙ୍କ ଘରୁ ଚାରିହଜାର ଟଙ୍କା ନେଇ ପଳେଇ ଗଲେ l ଦିନ ଦି ପ୍ରହରେ ଏପରି ଭୟଙ୍କର ଚୋରି ଡକାୟତି ହୋଇ ଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ଏପରି ପରିସ୍ଥିତିରେ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ପୋଲିସ ଙ୍କୁ ନିରାପତ୍ତା ପାଇଁ ନିବେଦନ କରଯାଇଅଛି l

0
0
0
s2sdefault