ନିଖୋଜ ଛାତ୍ର ପାଇଁ ଗୋଷ୍ଠୀ କନ୍ଦଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ  ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ମିଲିଥିବା ସୁଚନା ଅନୁଯାୟୀ, ମୁର୍ହାପାଲି ଗ୍ରାମର କିର୍ତି ବାଗଙ୍କ ନବମ ଶ୍ରେଣୀରେ ପଢୁଥିବା ପୁଅ ବାଲକୃଷ୍ନ ବାଗ(୧୪) ଗତ ୨୭ ତାରିଖ ସକାଳୁ ସ୍କୁଲକୁ ପାଠ ପଢିବା ପାଇଁ ବାହାରି ଆଉ ଘରକୁ ଫେରି ନ ଥିଲେ  ।  ତାଙ୍କ ପରିବାରବର୍ଗ ବହୁ ଖୋଜାଖୋଜି ପରେ ମଧ୍ୟ ବାଲକୃଷ୍ନର କୌଣସି ଖବର ନ ମିଳିବାରୁ ୨୮ ତାରିଖ ଦିନ ପଦ୍ମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି  । କିର୍ତି ବାଗଙ୍କ ଲିଖିତ ଅଭିଯୋଗ ଅନୁସାରେ ସେହି ଗ୍ରାମର ଯୁଧିଷ୍ଠୀର  ଲୁହାର(୨୦) ଘଟଣା ଦିନ ସକାଳେ ବାଳକୃଷ୍ନକୁ ଧମକ ଦେଇଥିବା ଏବଂ ସେ ହିଁ ତାଙ୍କ ପୁଅକୁ ଅପହରଣ କରି କେଉଁଠି ଲୁଚାଇ ରଖିଥିବା ପଦ୍ମପୁର ଥାନାରେ ଅଭିଯୋଗ କରିଛନ୍ତି  । ଅନ୍ୟ ପକ୍ଷରେ ଯୁଧିଷ୍ଠୀର ଓ ତାଙ୍କ ପରିବାରବର୍ଗଙ୍କୁ କିର୍ତିଙ୍କ ପରିବାର ଲୋକେ ନିସ୍ତୁକ ମାଡ ମାରିଥିବା ନିଜେ ଯୁଧିଷ୍ଠୀର  ପଦ୍ମପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି  । ନିଖୋଜ ଛାତ୍ରର କୌଣସି ସୁରାକ ପୋଲିସ ପାଇ ପାରି ନ ଥିବା ବେଳେ ଖୂବ ଶିଘ୍ର ଛାତ୍ରଙ୍କୁ ଉଦ୍ଧାର କରାଯିବ ବୋଲି ପଦ୍ମପୁର ଥାନା ଅଧିକାରୀ  କେ. ପ୍ରିୟଙ୍କା ରାଉତରାୟ ପ୍ରକାଶ କରିଛନ୍ତି  ।

0
0
0
s2sdefault