ମାନସିକ ରୋଗୀ ଙ୍କ ମୃତ୍ୟୁ ; ନିଜ ବେକକୁ ନିଜେ କାଟି ଆତ୍ମହତ୍ୟା କଲା ମାନସିକ ରୋଗୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମାନସିକ ରୋଗୀ ନିଜେ ନିଜ ବେକକୁ ପନିକରେ କାଟିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ପ୍ରକାଶ କରିିଛନ୍ତି । ସୂଚନାନୁଯାୟୀ ଗୋବିନ୍ଦପୁର ଗ୍ରାମର ତ୍ରିଲୋଚନ ବେହୁରାଙ୍କ ପୁତ୍ର ପ୍ରଦୀପ ବେହୁରା(୩୬) ଜଣେ ମାସନିକ ରୋଗୀ । ଆଜି ପୂର୍ବାହ୍ନରେ ହଠାତ୍ ଘରୁ ପନିକ ଧରି ବାହାରକୁ ଦୌଡ଼ି ପଳାଇ ଗାଁ ଦାଣ୍ଡରେ ନିଜ ବେକକୁ କାଟି ଦେଇଥିଲେ । ପ୍ରବଳ ରକ୍ତଶ୍ରାବ ହେବାଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି । ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ମେଡ଼ିକାଲ ପଠାଇଛି ।

0
0
0
s2sdefault